ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ଶୋଭାଯାତ୍ରା , ସରକାରୀ ବେସରକାରୀ ଅନୁଷ୍ଠାନରେ ଓଡ଼ିଆ ନାମ ଫଳକ ବାଧ୍ୟ୍ୟତାମୂଳକ

Published By : Prameya | April 4, 2025 7:10 PM

ମାଲକାନଗିରି : ଓଡ଼ିଆ ପକ୍ଷ ପାଳନର ଚତୁର୍ଥ ଦିନରେ ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ଶୋଭାଯାତ୍ରା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି। ଜିଲ୍ଲାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ପାଇଁ ଏହି ସଚେତନତା ପଦଯାତ୍ରା କରାଯାଇ ଥିଲା। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସବୁଜ ପତାକା ଦେଖାଇ, ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରା ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ଡିଏନକେ ଖେଳ ପଡିଆ ପର୍ଯ୍ୟନ୍ତ ଆୟୋଜନ କରାଯାଇ ଥିଲା। 

ଉକ୍ତ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ,ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରସନ୍ନ କୁମାର ପାଣିଗ୍ରାହୀ ଓ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଉପସ୍ଥିତ ଥିଲେ। ଏହି ସଚେତନତା ପଦଯାତ୍ରାରେ ପ୍ରାୟ ୧୫୦ ଜଣ ମହାବିଦ୍ୟାଳୟ ଛାତ୍ରୀ, ପରିବର୍ତ୍ତନ ସ୍ଵେଚ୍ଛାସେବୀ ଅନୁଷ୍ଠାନର  କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା, ଜିଲ୍ଲା ସୂଚନା ଲୋକ ସମ୍ପର୍କ, ଜିଲ୍ଲା ସଂସ୍କୃତି ବିଭାଗ ଓ ମାଲକାନଗିରି ପୌରପାଳିକା, ଚାଇଲ୍ଡ ଲାଇନ, ବୁଦ୍ଧିଜୀବୀ ଏବଂ ଜନସାଧାରଣ ଏଥିରେ ଭାଗ ନେଇ ଥିଲେ। 

ଜିଲ୍ଲା ଶ୍ରମ ବିଭାଗ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରି ଥିଲେ। ଶେଷରେ କିଛି ନିର୍ମାଣ କାର୍ଯ୍ୟସ୍ଥଳରେ ଶ୍ରମିକ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.