ନୂଆଦିଲ୍ଲୀ,୨୪/୦୩: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲ ଆଇପିଏଲ୍ ‘ଇମ୍ପାକ୍ଟ ପ୍ଲେୟାର’ ନିୟମକୁ ନେଇ ଆଦୌ ଖୁସି ନାହାନ୍ତି । ଏହି ନିୟମ ଯୋଗୁ ଅଲରାଉଣ୍ଡ୍‌ରଙ୍କ ମହତ୍ୱ କମି ଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।

୨୦୨୩ ସିଜନରେ ପ୍ରଥମ କରି ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ଲାଗୁ କରାଯାଇଥିଲା । ନିୟମ ଅନୁଯାୟୀ, ପ୍ରତ୍ୟେକ ଦଳ ଆବଶ୍ୟକ ସ୍ଥଳେ ଜଣେ ସ୍ପେଶାଲିଷ୍ଟ ବ୍ୟାଟର କିମ୍ବା ବୋଲରଙ୍କୁ ବଦଳ ଖେଳାଳି ଭାବେ ଖେଳାଇ ପାରିବେ । ଅକ୍ଷର କହିଛନ୍ତି ଯେ, ମୁଁ ଏହି ନିୟମକୁ ପସନ୍ଦ କରେନି । କାରଣ ମୁଁ ଜଣେ ଅଲରାଉଣ୍ଡର । ପୂର୍ବରୁ ଦଳଗୁଡ଼ିକ ଅଲରାଉଣ୍ଡ୍‌ରଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲେ । ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପାଇଁ ଟିମ୍ ମ୍ୟାନେଜମେଣ୍ଟ ଜଣେ ବୋଲର କିମ୍ବା ବ୍ୟାଟରଙ୍କୁ ପ୍ରାଥମିକତା ଦେଉଛନ୍ତି । ଦଳରେ ଅଲରାଉଣ୍ଡରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । କାରଣ ଉକ୍ତ ଖେଳାଳି ଉଭୟ ଦାୟିତ୍ୱକୁ ପୂରଣ କରିଥାଏ ।

ଅଧିକ ପଢ଼ନ୍ତୁ :- ୧୨କୋଟି ଟଙ୍କାର କାର୍ରେ ହନୁମାନ ଚାଳିଶା ଶୁଣନ୍ତି ହାର୍ଦ୍ଦିକ, ମିଳିଥାଏ ଶକ୍ତି ଓ ମାନସିକ ଶାନ୍ତି...