ମୁମ୍ବାଇ,  ୨୪/୦୩: ଭାରତ ଚଳିତ ମାସରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ନୂଆ କାର୍ କିଣିଛନ୍ତି । ଯେଉଁ ଗାଡ଼ିକୁ ନେଇ ଏବେ ଜୋରଦାର ଆଲୋଚନା ଚାଲିଛି । ପାଣ୍ଡ୍ୟାଙ୍କ ଗାଡ଼ି କଲେକ୍ସନରେ ଏବେ ସାମିଲ ହୋଇଛି ଫରାରୀ ୧୨ସିଲିଣ୍ଡ୍ରି । ଏହି ଗାଡ଼ିର ଦାମ ଭାରତୀୟ ମୁଦ୍ରାରେ ୧୨କୋଟି ଟଙ୍କା ହେବ । ସେ ଏହି ଗାଡ଼ି ଚଳାଇ ମୁମ୍ବାଇ ଇଣ୍ଡିଆନ୍ସର ଅଭ୍ୟାସ ଶିବିରକୁ ଆସୁଛନ୍ତି । ଯେଉଁ ଗାଡ଼ି ଦେଖିବାକୁ ମୁମ୍ବାଇ ରାଜ ରାସ୍ତାରେ ଗହଳି ଲାଗି ରହୁଛି, ସେହି ଗାଡ଼ିରେ ପାଣ୍ଡ୍ୟା କୌଣସି ଇଂରାଜୀ ପପ୍ ଗୀତ ଶୁଣନ୍ତି ନାହିଁ । ବରଂ ସେ ହନୁମାନ ଚାଳିଶା ଲଗାଇ ଗାଡ଼ି ଚଳାଇଥାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ମୁଁ ଗାଡ଼ି ଚଳାଇବା ସମୟରେ କେବଳ ହନୁମାନ ଚାଳିଶା ଶୁଣିବାକୁ ପସନ୍ଦ କରେ । କାରଣ ଏଥିରୁ ଯେଉଁ ଶକ୍ତି ଓ ମାନସିକ ଶାନ୍ତି ମିଳେ, ତାହା ଅନ୍ୟ କୌଣସି ସଙ୍ଗୀତରେ ମିଳିବ ନାହିଁ ।

ସୂଚନାଯୋଗ୍ୟ, ପାଣ୍ଡ୍ୟା ପୂର୍ବରୁ ଲାମ୍ବୋର୍ଗିନି ଉରୁସ, ମର୍ସିଡିସ୍-ଏଏମଜି ଜି-୬୩, ରୋଲ୍ସ ରୟସ ଫାଣ୍ଟମ, ରେଞ୍ଜ ରୋଭର ଭଗ୍ ଭଳି ଦାମୀ ଗାଡ଼ି ରଖିଛନ୍ତି । ଏହି ସବୁ ଗାଡ଼ି ସହ ଯୋଡ଼ି ହୋଇଥିବା ୬.୫ ଲିଟର ଭି-୧୨ ୮୧୮ ହର୍ଷ ପାୱାର କ୍ଷମତା ବିଶିଷ୍ଟ ଫରାରୀ ୧୨ସିଲିଣ୍ଡ୍ରି ମାତ୍ର ୨.୯ ସେକେଣ୍ଡ ମଧ୍ୟରେ ୧୦୦ କିଲୋ ମିଟର ବେଗ ଛୁଇଁବାର କ୍ଷମତା ରଖିଛି।

ଅଧିକ ପଢ଼ନ୍ତୁ :- ଆଇପିଏଲ ପୂର୍ବରୁ ରିଙ୍କୁ ସିଂହଙ୍କୁ ମିଳିବ ବଡ଼ ଉପହାର, ୟୁପିରେ ହେବେ ବଡ଼ ଅଧିକାରୀ