PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ସୁପ୍ରିମକୋର୍ଟରେ ପୁଣି ଟଳିଲା ଅଯୋଧ୍ୟା ମାମଲାର ଶୁଣାଣି, ଖୁବ୍ ଶୀଘ୍ର ଘୋଷଣା ହେବ ନୂଆ ତାରିଖ

source:www.indiatoday.in

ଲକ୍ଷ୍ନୌ ୨୭/୧: ପୁଣି ଟଳିଲା ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି । ଏଥର ଶୁଣାଣି ଟଳିବାର କାରଣ ଏହି ତାରିଖରେ ଜଷ୍ଟିସ୍ ଏସଏ ବୋବଡେ ଉପସ୍ଥିତ ରହିବେ ନାହିଁ । ଆଗକୁ କେବେ ଶୁଣାଣି ହେବ ତୁରନ୍ତ ଏହାର ଘୋଷଣା କରାଯିବ । ପୂର୍ବରୁ ଏହି ଶୁଣାଣି ମଙ୍ଗଳବାର ହୋଇଥାନ୍ତା ।

ଏହା ପୂର୍ବରୁ ଚିଫ୍ ଜଷ୍ଟିସ୍ ରଞ୍ଜନ ଗୋଗାଇ ୫ ଜଜଙ୍କୁ ନେଇ ଏକ ନୂଆ ସମ୍ବିଧାନ ପୀଠ ନିର୍ମାଣ କରିଥିଲେ । ଏଥିରେ ଜଷ୍ଟିସ୍  ଅଶୋକ ଭୂଷଣ ଓ ଜଷ୍ଟିସ୍ ଅବ୍ଦୁଲ ନଜିରଙ୍କ ସାମିଲ କରାଯାଇଥିଲା । ନୂଆ ପୀଠରେ ଚିଫ୍ ଜଷ୍ଟିସ୍ ରଞ୍ଜନ ଗୋଗାଇ, ଜଷ୍ଟିସ୍ ଏସଇ ବୋବଡେ, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏସ୍ ଅବ୍ଦୁଲ ନଜିର ସାମିଲ ଥିଲେ । ମାମଲାର ଶୁଣାଣି ୨୯ ଜାନୁୟାରୀ ସକାଳ ୧୦ଟା ସମୟରେ ହୋଇଥାନ୍ତା ।

ସମ୍ବନ୍ଧିତ ଖବର