ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିବାଦୀୟ ବୟାନ ଉପରେ ବର୍ଷିଲେ ସାଧୁ ସନ୍ଥ; ରାଜଭର କହିଲେ,’ବିନାଶ କାଳେ ବିପରିତ ବୁଦ୍ଧି’

Image Courtesy: Jansatta
ନୂଆଦିଲ୍ଲୀ,୨୩/୦୧: ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ, ରାମଚରିତମାନସକୁ ନେଇ ଦେଇଥିବା ବିବାଦୀୟ ବୟାନରେ ସାଧୁ ସନ୍ଥମାନେ ବର୍ଷିଛନ୍ତି। ଅଯୋଧ୍ୟାଙ୍କ ସାଧୁମାନେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ସ୍ୱାମୀ ପ୍ରସାଦ ମୌର୍ଯ୍ୟ ପ୍ରଥମେ ରାମଚରିତମାନସ ପଢ଼ିବା ଉଚିତ୍। ସେପଟେ ପରମହଂସ ଆଚାର୍ଯ୍ୟ କହିଛନ୍ତି ଯେ କୌଣସି ବ୍ୟକ୍ତିକୁ ରାମଚରିତମାନ ପଢ଼ିବାକୁ ବାଧ୍ୟ କରାଯାଇପାରିବ ନାହିଁ। ସେ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଚ୍ୟାଲେଞ୍ଜ କରି ରାମଚରିତମାନସର ଚୌପାଇର ଅର୍ଥ ବୁଝାଇବାକୁ କହିଥିଲେ। ପରମହଂସ ଆଚାର୍ଯ୍ୟ କହିଛନ୍ତି ଯେ, ଯାହାର ଇଚ୍ଛା ଅଛି, ସେ ରାମଚରିତମାନସ ପଢ଼ିବା ଉଚିତ। ତେବେ ଯଦି କୌଣସି ବ୍ୟକ୍ତିି ପଢ଼ିବାକୁ ଚାହାଁନ୍ତି ନାହିଁ, ତେବେ ସେମାନେ ନ ପଢ଼ନ୍ତୁ। କିନ୍ତୁ ଜାଣିଶୁଣି ବୁଝି ନ ପାରି କୌଣସି ମନ୍ତବ୍ୟ ଦେବା ଉଚିତ୍ ନୁହେଁ।
ସେ କହିଛନ୍ତି ଯେ, ପ୍ରଥମେ ସ୍ବାମୀ ପ୍ରସାଦ ତାଙ୍କ ବିବୃତ୍ତିକୁ ସଂଶୋଧନ କରିବା ଉଚିତ ଏବଂ ଯଦି ରାମଚରିତମାନସ ବିଷୟରେ ସେ କିଛି ଜାଣିଛନ୍ତି ବୋଲି ଭାବୁଛନ୍ତି, ତେବେ ସେ ଆସି ବିତର୍କରେ ଭାଗ ନିଅନ୍ତୁ। ସେ ଯେଉଁଠାରେ ଚାହିଁବେ ବିତର୍କ କରିପାରିବେ। ସେ ଚେତାବନୀ ଦେଇଛନ୍ତି ଯେ ଯଦି କିଛି ଜାଣି ନ ପାରି ରାମଚରିତମାନସ ଉପର ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି, ତେବେ ଏହାର ପରିଣାମକୁ ତାଙ୍କୁ ସାମ୍ନା କରିବାକୁ ହେବ।
ଏହି ଖବର ଉପରେ ନଜର ପକାନ୍ତୁ: ଥ୍ରୀ ଇଡିଅଟ୍ର ‘ଫୁନସୁଖ ଓ୍ବାଙ୍ଗ୍ଡ଼ୁ’ଙ୍କୁ ଘାରିଛି ଲାଦାଖର ଚିନ୍ତା; ମୋଦୀଙ୍କୁ ଲେଖିଲେ ଚିଠି
ଆଗକୁ ପଢ଼ନ୍ତୁ:

ସେପଟେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ‘ନିଶାଖୋର’ ବୋଲି କହିଛନ୍ତି ରାମଲାଲାର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ। ସେ କହିଛନ୍ତି ଯେ, ସେ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ଥିଲେ ଏବଂ ତାଙ୍କୁ ବହିଷ୍କାର କରାଯାଇଛି। ସେ ଏବେ ଏଣେତେଣେ ବୁଲୁଛନ୍ତି। ରାମଲାଲାର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ସମାଜବାଦୀ ପାର୍ଟି ମୁଖ୍ୟଙ୍କୁ ଅନୁରୋଧ କରିଛନ୍ତି ଯେ, ଭଗବାନଙ୍କୁ ବିଶ୍ବାସ କରୁ ନ ଥିବା ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ଦଳରୁ ବାହାର କରିଦେବାକୁ ଦାବି କରିଛନ୍ତି।
ଅପରପକ୍ଷେ, ସୁଭାସପା(ସୁଲେଦେବ ଭାରତୀୟ ସମାଜବାଦୀ ପାର୍ଟି) ମୁଖ୍ୟ ଓମ ପ୍ରକାଶ ରାଜଭର କହିଛନ୍ତି ଯେ, ସ୍ୱାମୀ ପ୍ରସାଦଙ୍କ ବିରୋଧରେ ସପା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ସପାର ଅସ୍ତିତ୍ୱ ଶେଷ ହେବାକୁ ଯାଉଛି। ବିନାଶକାଳରେ ବିପରୀତ ବୁଦ୍ଧି ପରି ସପାର ସ୍ଥିତି ରହିଛି ବୋଲି କହିଛନ୍ତି ଓମ ପ୍ରକାଶ ରାଜଭର।