PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଆୟୁଷ୍ମାନଙ୍କୁ ପ୍ରଧାନମନ୍ତ୍ରୀ ବାଲ୍‌ ଶକ୍ତି ପୁରସ୍କାର

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ବଲାଙ୍ଗୀରର ମନୋଜ କୁମାର ତ୍ରିପାଠୀ ଓ ନିଳିମା ତ୍ରିପାଠୀଙ୍କ ପୁଅ ଆୟୁଷ୍ମାନ୍‌ ତ୍ରିପାଠୀ ପାଇଲେ ପ୍ରଧାନମନ୍ତ୍ରୀ ବାଲଶକ୍ତି ପୁରସ୍କାର । ଆୟୁଷ୍ମାନ୍‌ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍‌ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବେଳେ ମେଧାବୀ ଛାତ୍ର ଭାବେ ଏହି ପୁରସ୍କାର ପାଇଛନ୍ତି । ଆୟୁଷ୍ମାନ ଅନ୍ତର୍ଜାତୀୟ ଜୁନିୟର୍‌ ସାଇନ୍ସ ଅଲମ୍ପିଆଡ୍‌ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୬ଜଣଙ୍କ ମଧ୍ୟରେ ସ୍ଥାନ ପାଇବା ସହ ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ଭାରତ ପାଇଁ ସ୍ୱର୍ଣ୍ଣପଦକ ଆଣିଥିଲେ । ଏଠାରେ ୬୭ଟି ଦେଶର ପ୍ରତିନିଧିଙ୍କୁ ପଛରେ ପକାଇ ସ୍ୱର୍ଣ୍ଣପଦକ କେବଳ ରାଜ୍ୟ ନୁହଁ ଦେଶ ପାଇଁ ଗୌରବ ଆଣିଥିଲା । ଏହି ଭଳି ବିଭିନ୍ନ ସର୍ବଭାରତୀୟ ଅଲମ୍ପିଆଡ୍‌ ପରୀକ୍ଷାରେ ଭାଗ ନେଇ ୯ଥର ପ୍ରଥମ ହେବା ସହିତ ସ୍ୱର୍ଣ୍ଣପଦକ ଜିତି ପାରିଛନ୍ତି । ଦୁଇ ଥର ପ୍ରଥମ ହୋଇ ସ୍ୱର୍ଣ୍ଣପଦକ ଜିତିବା ସହିତ ଆମେରିକାସ୍ଥିତ ନାସା ଯିବାକୁ ସୁଯୋଗ ପାଇଛନ୍ତି । ନିକଟରେ ପ୍ରଥମ ହୋଇ ସିଙ୍ଗାପୁରସ୍ଥିତ ଜାତୀୟ ବିଜ୍ଞାନ କେନ୍ଦ୍ର ଯାଇଛନ୍ତି । କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା (କେଭିପିୱାଇ), ପଦାର୍ଥ ବିଜ୍ଞାନ ଅଲମ୍ପିଆଡ୍‌ ଓ ରସାୟନ ବିଜ୍ଞାନ ଅଲମ୍ପିଆଡ୍‌ରେ ମଧ୍ୟ ବହୁବାର ସଫଳତା ହାତେଇଛନ୍ତି ଆୟୁଷ୍ମାନ୍‌ ।

ସମ୍ବନ୍ଧିତ ଖବର