PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ବଡ ଖୁଲାସା: ଆତଙ୍କ ସୃଷ୍ଟି କରିବାକୁ ଏହି ଦେଶରୁ ଅର୍ଥ ସଂଗ୍ରହ କରିଥିଲା ଆଝାର

ନୂଆଦିଲ୍ଲୀ, ୧୭।୩: ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ୧୯୯୪ରେ ଭାରତ ଆସିବା ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦର ପ୍ରସାର କରିବା ପାଇଁ ବ୍ରିଟେନ ଏବଂ ଉପସାଗରୀୟ ଦେଶ ଓ ଆଫ୍ରିକା ଯାଇଥିଲା। ଇଂଲଣ୍ଡରେ ୧ ମାସ ରହିବା ସମୟରେ ସେ ୧୫ଲକ୍ଷ ଟଙ୍କା(ପାକିସ୍ତାନୀ କରେନ୍ସିରେ)ଏକାଠି କରିଥିଲା। କିନ୍ତୁ ଶାରଜାହ ଓ ସାଉଦି ଆରବରେ ଆତଙ୍କବାଦ ନାମରେ ବହୁତ କମ୍ ଟଙ୍କା ପାଇଥିଲା।

source: https://www.scmp.com/

ଜୈଶର ପ୍ରତିଷ୍ଠାତା ମାସୁଦ ଆଝାର ୨୦୦୧ରେ ସଂସଦ ଆକ୍ରମଣ, ଗତମାସ ପୁଲଓ୍ବାମା ଆକ୍ରମଣରେ ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ସହିତ ଭାରତର ବହୁ ସ୍ଥାନରେ ଆକ୍ରମଣ କରିସାରିଛି। ଫେବୃଆରୀ ୧୯୯୪ରେ କଶ୍ମୀରରୁ ଗିରଫ ହେବାପରେ ଭାରତୀୟ ସୁରକ୍ଷା ବଳ ମାସୁଦକୁ ପଚରାଉଚରା କରିବା ବେଳେ ସେ କହିଥିଲା ୧୯୯୨ ଅକ୍ଟୋବର ମାସରେ ସେ ବ୍ରିଟେନ ଯାଇଥିଲା। ସେ ବ୍ରିଟେନକୁ ପାକିସ୍ତାନୀ ପାସପୋର୍ଟରେ ନିଜର ଅସଲି ନାମରେ ଯାଇଥିଲା। ଯେଉଁଥିରେ ୧୯୮୬ରେ ତା’ର ପ୍ରକୃତ ଠିକଣା ରହିଛି।

source: https://www.jagran.com

ଯଦିଓ ଭାରତ ସେ ପ୍ରଥମ ଥର ଜାନୁଆରୀ ୧୯୯୪ରେ ନକଲି ପର୍ତ୍ତୁଗାଲୀ ପାସପୋର୍ଟରେ ଆସିଥିଲା ଓ ସେ ଗୁଜରାଟରେ ଜନ୍ମ ହୋଇଥିବାର ଦାବି କରିଥିଲା। ୧୯୯୨ରେ ନିଜର ୧ ମାସର ବ୍ରିଟେନ ଗସ୍ତ ବ୍ୟତୀତ ସେ ବହୁବାର ଆଫ୍ରିକା ଏବଂ ଉପସାଗରୀୟ ଦେଶ ଯାଇଥିଲା। କିନ୍ତୁ ସେ ଅନୁଭବ କରିଥିଲା କଶ୍ମୀର ପ୍ରସଙ୍ଗରେ ତାକୁ ଅଧିକ ସମର୍ଥନ ମିଳିବ ନାହିଁ। ଯଦିଓ ବ୍ରିଟେନରେ ପରେ ୧୯୯୨ ଅକ୍ଟୋବରରେ ଲଣ୍ଡନର ସାଉଥହଲ ସ୍ଥିତ ଏକ ମସଜିଦରେ ମୁଫତି ଇସ୍ମାଇଲକୁ ସାକ୍ଷାତ କରିଥିଲା। ସେ ଆଝାରର ଖର୍ଚ୍ଚ ବହନ କରିଥିଲା ଓ ସାହାର୍ଯ୍ୟ କରିଥିଲା।

source: https://www.bbc.com

ମୌଲାନା ଇସ୍ମାଇଲ ଭାରତୀୟ ଥିଲା ଓ ମଙ୍ଗୋଲିଆ ଏବଂ ଅଲବନିଆରେ ମସଜିଦ ଓ ମଦ୍ରାସା ତିଆରି କରିବା କାମରେ ଥିଲା। ୧୯୯୦ ଆରମ୍ଭରୁ ମାସୁଦ ଆଝାର ସାଉଦି ଆରବ, ଆବୁଧାବୀ, ଶାରଜାହା, କେନିଆ ଏବଂ ଜାମ୍ବିଆ ଯାଇଥିଲା। ସେଠାରୁ ସେ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦକୁ ପୋଷଣ ପାଇଁ ଧନ ଏକାଠି କରିଥିଲା। ଆଝାର ଏହି କାମ ପାଇଁ ସାଉଦି ଆରବ ଯାଇଥିଲା। କିନ୍ତୁ ସେଠାର ଦୁଇଟି ଇସ୍ଲାମୀ ସଂଗଠନ ତାକୁ ସେଭଳି ସାହାର୍ଯ୍ୟ କଲେନି ଯେଉଁଭଳି ସେ ଚାହୁଁଥିଲା। ଏଥିରେ ଏକ ସଂଗଠନ ଜାମିୟତ-ଅଲ-ଇଲାହ ରହିଛି, ଯିଏକି ଜାମାତ-ଇ-ଇସ୍ଲାମୀର ସହଯୋଗୀ ଅଟେ।

source: https://www.scmp.com

ଆଝାର ତଦନ୍ତକାରୀ ଏଜେନ୍ସିକୁ କହିଥିଲା ଯେହେତୁ ସେ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ପ୍ରତି ନିଷ୍ଠାବାନ ଥିଲା ତେଣୁ ବିନମ୍ରତାର ସହ ତା’ର ଆର୍ଥିକ ସାହର୍ଯ୍ୟ କରିବାକୁ ମନା କରିଦେଇଥିଲା। ସେ ସମୟରେ ଆରବ ଦେଶ କଶ୍ମୀର ପ୍ରସଙ୍ଗରେ ଆର୍ଥିକ ସହାୟତା ଦେବାକୁ ଚାହୁଁନଥିଲା। ଆବୁଧାବୀରେ ଆଝାରକୁ ପାକିସ୍ତାନୀ ମୁଦ୍ରା ଅନୁସାରେ ୩ ଲକ୍ଷ ଟଙ୍କା ମିଳିଥିଲା। ତେବେ ଶାରଜାହାରେ ତିନି ଓ ଦ୍ବିତୀୟଥର ସାଉଦି ଆରବରୁ ୨ ଲକ୍ଷ ଟଙ୍କା ମିଳିଥିଲା। ଉଲ୍ଳେଖନୀୟ ଯେ ଆଝାର ପ୍ରଥମ ଥର ନକଲି ପର୍ତ୍ତୁଗାଲୀ ପାସପୋର୍ଟରେ ୧୯୯୪ରେ ଦିଲ୍ଲୀ ଆସିଥିଲା ଓ ୬ ଦିନ ପରେ ଧରାପଡିଥିଲା। ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଅପହରଣ କରିବା ପରେ ଭାରତୀୟ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଆଝାରକୁ  ଛଡା ଯାଇଥିଲା।

ସମ୍ବନ୍ଧିତ ଖବର