PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଏପ୍ରିଲ ୩ରୁ ଚନ୍ଦନେଶ୍ଵର ମହାଦେବଙ୍କ ଚଡକ ପର୍ବ

ଭୋଗରାଇ,୧୮।୩,: ଦୁଇ ବର୍ଷ ବ୍ୟବଧାନ ପରେ ପାଳନ ହେବାକୁ ଯାଉଛି ବାବା ଚନ୍ଦନେଶ୍ଵର ଏବଂ ଏସିଆ ମହାଦେଶର ସର୍ବବୃହତ ଶିବଲିଙ୍ଗ ବାବା ଭୁଷଣ୍ଡେଶ୍ବର ମହାଦେବଙ୍କ ପବିତ୍ର ଚଡକ ପର୍ବ। ଉଭୟ ଶୈବପୀଠରେ ଏପ୍ରିଲ ୩ ତାରିଖରେ ମହାଦେବଙ୍କ ରୁଦ୍ରାଭିଷେକ କାର୍ଯ୍ୟକ୍ରମରୁ ଏହି ପ୍ରସିଦ୍ଧ ‘ଚଡକ ପର୍ବ’ ଶୁଭାରମ୍ଭ ହେବ । ୧୫ ତାରିଖ ଓଡ଼ିଆ ନବବର୍ଷରେ ଏହା ଉଦଯାପିତ ହେବ। ଏପ୍ରିଲ ୧୨ ତାରିଖ ବୁଧବାର ପବିତ୍ର ‘ଶିବ-କାମୀନା ବିବାହ’ ଏବଂ ‘ମହାନୀଳ ପର୍ବ’ ଅନୁଷ୍ଠିତ ହେବାକୁ ଥିଲା ବେଳେ ୧୩ ତାରିଖ ଗୁରୁବାର ପବିତ୍ର ‘ପାଟପର୍ବ’ ଅନୁଷ୍ଠିତ ହେବ ବୋଲି ମନ୍ଦିର ସେବାୟତ ସଂଘ ପକ୍ଷରୁ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ହୁଗୁଳି ଠାରେ ଅବସ୍ଥିତ ବାବା ଚନ୍ଦନେଶ୍ଵର ଏବଂ ସୂବର୍ଣ୍ଣରେଖା ନଦୀ ମୁହାଣ କୁମ୍ଭୀରଗଡି ପଞ୍ଚାୟତରେ ଅବସ୍ଥିତ ବାବା ଭୁଷଣ୍ଡେଶ୍ବର ମହାଦେବଙ୍କ ଏହି ପବିତ୍ର ‘ଚଡ଼କ ପର୍ବ’କୁ ନେଇ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ଅଞ୍ଚଳ। ବାଲେଶ୍ଵର ଜିଲ୍ଲା ପ୍ରଶାସନ,ଭୋଗରାଇ ବ୍ଲକ ପ୍ରଶାସନ ଓ ଦେବତ୍ତୋର ବିଭାଗ ଅଧିନରେ ଥିବା ଉଭୟ ମନ୍ଦିର ଟ୍ରଷ୍ଟ ବୋର୍ଡର ମିଳିତ ସହଯୋଗ ଓ ପରିଚାଳନାରେ‌ ଏହି ଚଡ଼କ ପର୍ବ ପାଳିତ ହେଉଥିଲା ବେଳେ ଚଳିତ ବର୍ଷ ପାଇଁ ଏହାର କାର୍ଯ୍ୟକ୍ରମ ଓ ନିର୍ଘଣ୍ଟ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି।