୨ରୁ ଅଧିକ ସନ୍ତାନ ଥିବା ନାଗରିକଙ୍କୁ ସରକାରୀ ଚାକିରୀ ମିଳିବା ଉଚିତ୍ ନୁହେଁ: ବାବା ରାମଦେବ

source:www.dnaindia.com
ଅଲ୍ଲୀଗଡ ୨୪/୧ : ଯେଉଁମାନଙ୍କର ଦୁଇରୁ ଅଧିକ ପିଲା ଅଛନ୍ତି ସେମାନଙ୍କୁ ଭୋଟ୍ ଦେବାର ଅଧିକାର ଦିଆଯିବା ଉଚିତ୍ ନୁହେଁ ବୋଲି କହିଲେ ଯୋଗଗୁରୁ ବାବା ରାମଦେବ । ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ସେମାନଙ୍କୁ ସରକାରୀ ଚାକିରୀ ମଧ୍ୟ ମିଳିବା ଅନୁଚିତ୍ । ଏହି ନିୟମ ଉଭୟ ହିନ୍ଦୁ ଓ ମୁସଲିମଙ୍କ ପାଇଁ ଲାଗୁ ହେବା ଉଚିତ୍ ବୋଲି ସେ କହିଛନ୍ତି ।
ବୁଧବାର ଅଲ୍ଲୀଗଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାମଦେବ କହିଥିଲେ ଏହି ସମୟରେ ରାଜନୀତିରେ ବହୁତ ପରିବର୍ତ୍ତନ ଆସିଛି । ପୂର୍ବ ଅପେକ୍ଷା ରାଜନୀତି ବହୁତ ବଦଳିଯାଇଥିବାରୁ ସେ ରାଜନୀତିରୁ ଦୁରରେ ରୁହନ୍ତି ବୋଲି କହିଥିଲେ। ରାଜନୀତିରେ ସମସ୍ତେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ତେବେ ଏହି ସମୟରେ ସେ ଦେଶରେ ବଢୁଥିବା ଜନସଂଖ୍ୟା ଉପରେ ମଧ୍ୟ ଟିପ୍ପଣୀ ଦେଇଥିଲେ । ବାବା ରାମଦେବ କହିଥିଲେ ଯେ ଯେଉଁମାନଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି ସେମାନଙ୍କୁ ଭୋଟ୍ ଦେବାର ଅଧିକାର ଏବଂ ସରକାରୀ ଚାକିରୀ ଦିଆଯିବା ଉଚିତ୍ ନୁହେଁ । ସେ କହିଥିଲେ ଯେ ଦେଶରେ ବଢୁଥିବା ଜନସଂଖ୍ୟାକୁ ରୋକିବା ପାଇଁ ଏହା ହେଉଛି ଏକମାତ୍ର ଉପାୟ ।