PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ ଭାଙ୍ଗିଲେ ବାବର ଆଜମ, ବିଶ୍ବର ନମ୍ବର ଓ୍ବାନ୍‌ ବ୍ୟାଟର ଭାବେ ରଚିଲେ ଏହି କୀର୍ତ୍ତିମାନ

ନୂଆଦିଲ୍ଲୀ ୨୯/ ୦୬: ବିଶ୍ବ କ୍ରିକେଟରେ ପାକିସ୍ତାନର ବାବର ଆଜମ ଜଣେ ବିଚକ୍ଷଣ ଖେଳାଳି । ନିଜ ବ୍ୟାଟିଂ ଶୈଳୀରେ ସେ ବେଶ ପ୍ରଭାବିତ କରିଥିବା ବେଳେ ବିଶ୍ବସ୍ତରରେ ନମ୍ବର ଓ୍ବାନ୍‌ ବ୍ୟାଟର୍‌ ହୋଇପାରିଛନ୍ତି । ଏହି କ୍ରମରେ ସେ ଭାରତର ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଆଇସିସି ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟ ରାଙ୍କିଂରେ ବ୍ୟାଟର୍‌ ଭାବେ ଲମ୍ବା ସମୟ ଧରି ସେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

ଟି-୨୦ ଫର୍ମାଟରେ କୋହଲି ପୂର୍ବରୁ ଏକ ନମ୍ବର ସ୍ଥାନ ବଜାୟ ରଖିବାର ରେକର୍ଡ ନିଜ ନାଁ ରେ ରଖିଥିଲେ । ସେ ସର୍ବାଧିକ ୧୦୦୦ ଦିନ ଧରି ମାନ୍ୟତାର ଶୀର୍ଷରେ ଥିଲେ । କିନ୍ତୁ ଏବେ ପାକିସ୍ତାନ ଅଧିନାୟକ ବାବର ଆଜମ, କୋହଲିଙ୍କ ଏହି ରେକର୍ଡକୁ ଭାଙ୍ଗିଛନ୍ତି । ସେ ୧୦୧୩ ଦିନ ହେଲା ଟ୍ବେଣ୍ଟି ଟ୍ବେଣ୍ଟଇ ଫର୍ମାଟରେ ନମ୍ବର ଓ୍ବାନ୍‌ ହୋଇ ରହିଛନ୍ତି ।

ଆଇସିସି ଟି-୨୦ ବ୍ୟାଟର୍‌ ରାଙ୍କିଂ ତାଲିକାରେ ୮୧୮ ପଏଣ୍ଟ ସହିତ ବାବର ଶୀର୍ଷରେ ରହିଛନ୍ତି । ସେହିଭଳି ପାକିସ୍ତାନର ଓ୍ବିକେଟ କିପର ବ୍ୟାଟର୍‌ ମହମ୍ମଦ ରିଜଓ୍ବାନ ୭୯୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ବଡ କଥା ହେଉଛି ଦିନେ ଆଇସିସି ରାଙ୍କିଂ ଶୀର୍ଷରେ ଥିବା ବିରାଟ କୋହଲି ଏବେ ଟି-୨୦ ରାଙ୍କିଂରେ ୨୧ତମ ସ୍ଥାନରେ ରହିଛନ୍ତି । ଗତ ୩ ବର୍ଷ ହେଲା ସେ ବର୍ଷକୁ ୩ଶହ ରନ ସ୍କୋର ମଧ୍ୟ କରିପାରିନାହାନ୍ତି । ଯାହାକି ତାଙ୍କ ବିଫଳତାକୁ ଦର୍ଶାଉଛି । ଭାରତର ଇଶାନ କିଷାନ ଏହି ଫର୍ମାଟରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ଟପ୍‌ ୧୦ରେ ପ୍ରବେଶ କରିଛନ୍ତି । ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିିରିଜରେ ସେ ଧମାକାଦାର ବ୍ୟାଟିଂକରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଆସନ୍ତା ବିଶ୍ବକପ ପାଇଁ ନିଜ ସ୍ଥାନ ଏକ ପ୍ରକାର ପକ୍କା କରିଛନ୍ତି । ଏଥି ସହିତ ସେ ଆଇସିସି ଟି-୨୦ ରାଙ୍କିରେ ଏବେ ଷଷ୍ଠ ସ୍ଥାନରେ ରହିଛନ୍ତି । ତାଙ୍କ ବ୍ୟତିତ ଅନ୍ୟ କୌଣସି ଭାରତୀୟ ଖେଳାଳି ଶୀର୍ଷ ୧୦ରେ ରହିନାହାନ୍ତି ।

ସମ୍ବନ୍ଧିତ ଖବର