ନୂଆଦିଲ୍ଲୀ : ବାରମ୍ବାର ଅଧିନାୟକ ପରିବର୍ତ୍ତନ କରିବାରେ ସବୁବେଳେ ଆଗରେ ରହିଥାଏ ପଡ଼ୋଶୀ ଦେଶ ପାକିସ୍ତାନ । ଅନେକ ସମୟରେ ଏହାକୁ ନେଇ ବିବାଦ ମଧ୍ୟ ଦେଖିବାକୁ ମିଳେ । ଏବେ ପୁଣି ପାକିସ୍ତାନ ଟିମରେ ଅଧିନାୟକ ବଦଳାଯିବା ନେଇ ଚର୍ଚ୍ଚା ଚାଲିଛି । ତେବେ ପୁଣିଥରେ ଦଳର ବରିଷ୍ଠ ଖେଳାଳି ବାବର ଆଜମ ଅଧିନାୟକ ପଦ ସମ୍ଭାଳିପାରନ୍ତି ବୋଲି କୁହାଯାଉଛି । ପିଏଓଏଲରେ ତାଙ୍କ ଅଧିନାୟକତ୍ବରେ ପେଶାଓ୍ବାର ଫାଇନାଲରେ ପହଞ୍ଚିଛି । ଏଣୁ ତାଙ୍କ ନେତୃତ୍ବକୁ ପ୍ରଶଂସା କରାଯାଉଥିବାବେଳେ ପୁଣିଥରେ ଦେଶର ଅଧିନାୟକ ପଦ ନେବେ ବୋଲି କୁହାଯାଇଛି ।

ରବିବାର ପିଏସଏଲର ଫାଇନାଲ ମୁକାବିଲା ଖେଳାଯିବ । ଏହା ପୂର୍ବରୁ  ଏକ ପ୍ରେସମିଟରେ ଦେଶର ଅଧିନାୟକ ହେବାକୁ ଚାହଁକି ବୋଲି ତାଙ୍କ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ବାବର କହିଥିଲେ କି,"ଅଧିନାୟକତ୍ୱ ପ୍ରସଙ୍ଗ ଅଲଗା । ମୋର ସମ୍ପୂର୍ଣ୍ଣ ଧ୍ୟାନ ବର୍ତ୍ତମାନ ପାକିସ୍ତାନ ସୁପର ଲିଗ୍ ଫାଇନାଲ ଉପରେ ଅଛି । ଯଦି ଭବିଷ୍ୟତରେ ଏପରି ପରିସ୍ଥିତି ଉପୁଜେ, ତେବେ ମୁଁ ସର୍ବଦା ପାକିସ୍ତାନ କ୍ରିକେଟର ସର୍ବୋତ୍ତମ ସ୍ୱାର୍ଥରେ ଯାହା ହେବ ତାହା କରିବି।" ବାବର ଆଜାମ ଚାପରେ ପାକିସ୍ତାନ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ICC ODI ବିଶ୍ୱକପ୍ 2023ରେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ପ୍ରବଳ ଟ୍ରୋଲ୍ କରାଯାଇଥିଲା। ସେ 2024ଟି-20 ବିଶ୍ୱକପ୍ ଦଳକୁ ବିଜୟୀ କରାଇବାରେ ମଧ୍ୟ ବିଫଳ ହୋଇଥିଲେ।

​​​​​​​

ବାବର ଆଜମ ପିଏସଏଲ 2026ରେ ପେଶାୱାର ଜାଲମି ପାଇଁ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୫୮୮ ରନ କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କର ଷ୍ଟ୍ରାଇକରେଟ ରହିଛି ୧୪୬.୨୬। ସେ ଏହି ସିଜନରେ ଦୁଇଟି ପ୍ରଭାବଶାଳୀ ଶତକ ହାସଲ କରିଛନ୍ତି ।  ଧିମା ବ୍ୟାଟିଂ ପାଇଁ ଯେଉଁମାନେ ତାଙ୍କୁ ସମାଲୋଚନା କରୁଥିଲେ ଚଳିତ ସିଜିନରେ ସେ ସେମାନେ ଜବାବ ଦେଇଛନ୍ତି । ତେବେ ବର୍ତ୍ତମାନ,ବାବର ଅନ୍ତର୍ଜାତୀୟ କ୍ରିକେଟରେ ଏହି ଫର୍ମ ଜାରି ରଖିବାକୁ ଚେଷ୍ଟା କରିବେ, ଯେଉଁଠାରେ ସେ ଗତ ଦୁଇବର୍ଷ ମଧ୍ୟରେ ଅଧିକ ରନ କରିନାହାଁନ୍ତି । ବର୍ତ୍ତମାନ, ପାକିସ୍ତାନର ଟି20 ଅଧିନାୟକ ସଲମାନ ଅଲି ଆଗା, ଯେତେବେଳେ ଶାହିନ ଶାହ ଆଫ୍ରିଦି ODI ଦଳର ଅଧିନାୟକ ଅଛନ୍ତି।

ଏହାସହ ପଢ଼ନ୍ତୁ : ପ୍ରେମ କରି ବାହା ହୋଇଥିଲେ, ଦୁଇ ଛୁଆଙ୍କ ଆଗରେ ଝୁଲି ପଡ଼ିଲେ ଦମ୍ପତ୍ତି