PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

‘ଆପଣଙ୍କୁ ଲାଗୁଛି କି ମୁଁ ବୁଢ଼ା ହୋଇ ଯାଇଛି ?’ ପାକିସ୍ତାନୀ ଅଧିନାୟକ ବାବର ଆଜମ ରିପୋର୍ଟରଙ୍କୁ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ : କ୍ରିକେଟ୍‌ରେ ୱାର୍କଲୋଡ୍‌ ମ୍ୟାନେଜମେଣ୍ଟ ଏହି ସମୟରେ ସାରା ବିଶ୍ୱର ଅନେକ କ୍ରିକେଟରଙ୍କ ପାଇଁ ଏକ ବଡ଼ ବିଷୟ ପାଲଟିଛି। ପ୍ରଥମେ ଇଂଲଣ୍ଡର ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ ୱାନଡେ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ରୁ ହଠାତ୍‌ ସନ୍ନ୍ୟାସର ନିଷ୍ପତ୍ତି ନେଇଛନ୍ତି , ବିଜି ସିଡ୍ୟୁଲ୍‌ ଯୋଗୁଁ  କିଛି ଦିନ ତଳେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ  ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ନିଜ ନାମ ଫେରେଇ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ୱାର୍କଲୋଡ୍‌ ମ୍ୟାନେଜମେଣ୍ଟକୁ ନେଇ ଯେବେ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ପ୍ରଶ୍ନ ପଚରା ଗଲା , ତ ସେ ନିଜର ଜବାବରେ ସମସ୍ତଙ୍କ ମନକୁ ତ ଜିତିଲେ , ଏହାସହ ପ୍ରଶ୍ନ କରିଥିବା ରିପୋର୍ଟରଙ୍କର କହିବା ମଧ୍ୟ ବନ୍ଦ କରି ଦେଇଛନ୍ତି।

ପାକିସ୍ତାନ ଟିମ୍‌କୁ ଏସିଆ କପ୍‌ ୨୦୨୨ ପୂର୍ବରୁ ନେଦରଲ୍ୟାଣ୍ଡ ଗସ୍ତରେ ଯିବାକୁ ଅଛି। ଏହି ଗସ୍ତ ପୂର୍ବରୁ ପ୍ରେସ୍‌ କନଫରେନ୍ସରେ ବାବର ଆଜମଙ୍କୁ ଜଣେ ରିପୋର୍ଟର ପ୍ରଶ୍ନ କରିଥିଲେ , ଲୋଡ୍‌ ଅଧିକ ପଡ଼ୁଛି ନା ? ଏହା ଉପରେ ବାବର କହିଥିଲେ , ଆପଣ ଯାହା ପ୍ରଶ୍ନ କରିଛନ୍ତି , ତ ମୁଁ କହିବି ଏହା ଡିପେଣ୍ଡ କରିଥାଏ ଆପଣଙ୍କର ଫିଟନେସ୍‌ ଉପରେ । ଯେମିତି ଆମର ଫିଟନେସ୍‌ ଅଛି , ଆମେ କେବେ ଏହି ବିଷୟରେ ଭାବି ବି ନାହୁଁ । ଆପଣଙ୍କୁ ଲାଗୁଛି କି ମୁଁ ବୁଢ଼ା ହୋଇ ଯାଇଛି , ନା ଆମେ ସବୁ ବୁଡଢ଼ା ହୋଇ ଯାଇଛୁ ? ଲୋଡ୍‌ ଯଦି ବଢ଼ୁଛି ତ ଏଥିପାଇଁ ଆମକୁ ଅତିରିକ୍ତ ଫିଟ୍‌ ହେବାକୁ  ପଡ଼ିବ । ଆମେ ଏଥିରେ କାମ କରୁଛି ।

ଉଲ୍ଲେଖନୀୟ ଯେ , ବାବର ଆଜମ ଏହି ସମୟରେ  ୩ ଫର୍ମାଟରେ ସୁନ୍ଦର ଫର୍ମରେ ଅଛନ୍ତି । ସେ ଟି-୨୦ ଓ ୱାନଡେ ଇଣ୍ଟରନ୍ୟାସନାଲରେ ବ୍ୟାଟିଂ ରାଙ୍କିଂରେ ଟପ୍‌ରେ ଅଛନ୍ତି। ସେପଟେ ଟେଷ୍ଟ ରାଙ୍କିଂରେ ୩ୟ ସ୍ଥାନରେ ଅଛନ୍ତି । ବର୍ତ୍ତମାନ ସମୟରେ ବାବରଙ୍କୁ  ୩ ଫର୍ମାଟ୍‌ର ବେଷ୍ଟ ବ୍ୟାଟିଂରେ ସାମିଲ୍‌ କରାଯାଏ ।     

ସମ୍ବନ୍ଧିତ ଖବର