ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ବଡ଼ଧୁଳେଶ୍ବର ଅସ୍ତ୍ରଶସ୍ତ୍ର ରାକେଟ୍‌ର ମାଷ୍ଟରମାଇଣ୍ଡ୍ ଗିରଫ; କୋର୍ଟରେ ହାଜର ହେବ ଏମଡି ଅସଲାମ୍

Published By : Manash Sahoo | May 23, 2025 2:09 PM

ଭୁବନେଶ୍ଵର, ୨୩/୦୫ : ବିହାର ମୁଙ୍ଗେର ଜିଲ୍ଲାରୁ ବେଆଇନ ଅସ୍ତ୍ରଶସ୍ତ୍ର ରାକେଟ୍‌ର ମାଷ୍ଟରମାଇଣ୍ଡ୍ ଗିରଫ। ଅଭିଯୁକ୍ତ ଏମଡି ଅସଲାମକୁ ବାନ୍ଧିଛି ଏସଟିଏଫ୍ । ପଚରାଉଚରା ବେଳେ ବନ୍ଧୁକ ରାକେଟ୍ ବାବଦରେ ସତ ଓଗାଳିଛି ଅଭିଯୁକ୍ତ । ଏମଡି ଅସଲାମ କଟକ ଜିଲ୍ଲା ୪୨ମୌଜା ଥାନା ଅଧୀନରେ ଥିବା ବଡ଼ଧୁଳେଶ୍ବର ଗ୍ରାମର ଶରତ ଯାଦବଙ୍କ ଘରୁ ଯାଇ ମହମ୍ମଦ ଆଜାମ ଓ ମହମ୍ମଦ ଆବିଦ ହୁସେନଙ୍କ ଠାରୁ ଅର୍ଦ୍ଧ ନିର୍ମିତ ଛୋଟ ପିସ୍ତଲ ସଂଗ୍ରହ କରୁଥିଲା । ଏହାଛଡ଼ା ମହମ୍ମଦ ଆଜାମ ଓ ମହମ୍ମଦ ଆବିଦ ହୁସେନ ବଡ଼ଧୁଳେଶ୍ୱର ଗାଁରେ ବେଆଇନ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ୍ ଚଳାଉଥିଲେ ବୋଲି ଅସଲାମ୍ କହିଛି । 

ସୂଚନା ଅନୁଯାୟୀ, ଅଭିଯୁକ୍ତ ମହମ୍ମଦ ଅସଲାମକୁ ଗତ ୨୦ ତାରିଖରେ ଗିରଫ କରାଯାଇଥିଲା। ତାକୁ ମୁଙ୍ଗେରର ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ୩ ଦିନର ଟ୍ରାଞ୍ଜିଟ୍ ରିମାଣ୍ଡ ପାଇବା ପରେ ଅଭିଯୁକ୍ତକୁ ଭୁବନେଶ୍ୱର ଅଣାଯାଇଛି ।  ଅଭିଯୁକ୍ତକୁ ଆଜି କଟକର ଜୁଡିସିଆଲ୍ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯିବ।

ସୂଚନା ଥାଉକି, ମାର୍ଚ୍ଚ ୧୩ ତାରିଖରେ କଟକ ୪୨ମୌଜା ଥାନା ଅନ୍ତର୍ଗତ ବଡ଼ଧୁଳେଶ୍ବର ଗ୍ରାମର ଶରତ ଯାଦବଙ୍କ ଘରୁ ବେଆଇନ ଅସ୍ତ୍ରଶସ୍ତ୍ର ଉତ୍ପାଦନ ୟୁନିଟ୍ ଠାବ ହୋଇଥିଲା । ତଲାସି ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ତିଆରି ସାମଗ୍ରୀ ଓ ପିସ୍ତଲ ଜବତ ହୋଇଥିଲା । ଏହି ମାମଲାରେ ଏସଟିଏଫ୍ ପୂର୍ବରୁ ୫ଜଣଙ୍କୁ ଗିରଫ କରିଥିଲା । ଏବେ ଏହି ରାକେଟ୍‌ର ମାଷ୍ଟରମାଇଣ୍ଡ୍ ଏମଡି ଅସଲାମକୁ ଏସଟିଏଫ୍ ଗିରଫ କରିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.