ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବିକଟାଳ ଶବ୍ଦକରି ସହର ସାରା ଘୂରି ବୁଲୁଥିଲେ, ୨୫ ବୁଲେଟ୍‌ରୁ ସାଇଲେନ୍ସର ଖୋଲିନେଲା ପୋଲିସ

Published By : Rasmita Pradhan | February 8, 2025 1:13 PM

ଭୁବନେଶ୍ଵର, ୦୮/୦୨ : ବିକଟାଳ ଶବ୍ଦ କରି ସହର ସାରା ଘୂରି ବୁଲୁଥିଲେ। ହର୍ଣ୍ଣ ବଜାଇ ଲୋକଙ୍କ କାନ ଫଟାଇ ଦେଉଥିଲେ। ବୁଲେଟ୍ ରାଜାଙ୍କୁ ସାବାଡ୍ କଲା ବଡ଼ବିଲ୍ ପୋଲିସ। ସହରରେ ଗର୍ଜନ କରି ବୁଲୁଥିବା ୨୫ଟି ବୁଲେଟ୍ ମୋଟର ସାଇକେଲ୍ ଜବତ କରି ସାଇଲେନ୍ସର ଖୋଲିନେଇଛି ପୋଲିସ। 

କିଛି ଅମାନିଆ ଯୁବକ ବୁଲେଟ୍ ଗୁଡ଼ିକର ଓରିଜିନାଲ୍ ସାଇଲେନ୍ସର୍ ଖୋଲି ସେଥିରେ ପ୍ରବଳ ମାତ୍ରାରେ ଗର୍ଜନ କରୁଥିବା ସାଇଲେନ୍ସର୍ ଲଗାଇ ସହର ମଧ୍ୟରେ ଉତ୍ପାତ କରୁଥିଲେ। ଏହି କର୍କସ ଶବ୍ଦରେ ସହର ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ। ଅନେକ ଦିନ ହେଲା ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ବଡ଼ବିଲ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଏଭଳି କାନ ଫଟା ଶବ୍ଦ କରୁଥିବା ୨୫ଟି ବୁଲେଟ ମୋଟର ସାଇକେଲ୍ ଜବତ କରିବା ସହ ସେଗୁଡ଼ିକର ସାଇଲେନ୍ସର ଖୋଲି ନେଇଛି। ଏହା ସହ ଅମାନିଆଙ୍କୁ ଏଭଳି ପୁନଶ୍ଚ ନକରିବାକୁ କଡ଼ା ଚେତାବନୀ ଦେଇଛି। ଏଭଳି ବୁଲେଟ୍ ରାଜାଙ୍କୁ ସାବାଡ୍ କରିବାକୁ ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ପୋଲିସ କହିଛି।    

ଏହି ଖବରଟିକୁ ପଢନ୍ତୁ-୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର, ତିନି ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଦେବେ ସରକାର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.