PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ବଧୂ ହତ୍ୟା: ୨୨ ବର୍ଷ ପରେ ୩ ଗିରଫ

ବୁଗୁଡ଼ା, ୧୮।୧୧(ଆପ୍ର): ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରେ ୨୨ ବର୍ଷ ତଳେ ଘଟିଥିବା ଏକ ବଧୂ ହତ୍ୟା ମାମଲାରେ ଏବେ ୩ ଜଣ ଆସାମୀ ଗିରଫ ହୋଇଛନ୍ତି। ଏହି ତିନି ଜଣଙ୍କୁ ଓ୍ବାରେଣ୍ଟ ବଳରେ ଗିରଫ କରି ପୁଲିସ ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗିରଫ ୩ ଜଣ ହେଲେ ସେହି ଗାଁର ସୁବାସ ଭୂୟାଁ, କନକ ଭୂୟାଁ ଓ ପ୍ରଦୀପ କୁମାର ଭୂୟାଁ। ବଧୂ ହତ୍ୟା ଅଭିଯୋଗରେ କେସ୍ ନମ୍ବର ୨୦ / ୧୯୯୯ ରୁଜୁ ହୋଇ ତଦନ୍ତ ଚାଲିଥିଲା। ୧୯୯୯ ମସିହାରେ ଏହି ତିନି ଜଣ ଉକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ତେବେ ଦୀର୍ଘ ବର୍ଷର ବିଚାରଣା ପରେ ଗତ ମାସରେ ଏମାନଙ୍କୁ ଅଦାଲତ ପକ୍ଷରୁ ଦଣ୍ଡିତ କରାଯାଇଥିଲା। ରାୟ ପ୍ରକାଶ ସତ୍ତ୍ବେ ଏମାନେ ଫେରାର ଥିବାରୁ ପୁଲିସ ଖୋଜାଖୋଜି କରି ଦୀର୍ଘ ଏକ ମାସ ପରେ ଫେରାର ଥିବା ତଥା ଦୋଷୀ ସାବ୍ୟସ୍ତ ଶ୍ଵଶୁର ସୁବାସ, ଶାଶୂ କନକ ଓ ସ୍ଵାମୀ ପ୍ରଦୀପକୁ ଗିରଫ କରାଯାଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା କହିଛନ୍ତି।