ନୂଆଦିଲ୍ଲୀ, ୨୪/୦୧: ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡା ଏବଂ କ୍ରିଷ୍ଣା ପ୍ରସାଦ ଗରଗ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି । ଉଭୟଙ୍କୁ ଜାତୀୟ ଡୋପ ନିରୋଧୀ ସଂସ୍ଥା (ନାଡା) ସସପେଣ୍ଡ୍ କରିଛି । ‘ଦ ବ୍ରିଜ୍’ରେ ଏହି ରିପୋର୍ଟ ପ୍ରକାଶ ପାଇଛି ।
ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଓଡ଼ିଶା ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ଶ୍ୱେତପର୍ଣ୍ଣାଙ୍କ ଠାରୁ ନାଡା ନମୂନା ସଂଗ୍ରହ କରିଥିଲା । ଏଥିରେ ନିଷିଦ୍ଧ ଟର୍ବୁଟାଲାଇନ୍ ଥିବା ପ୍ରମାଣିତ ହୋଇଛି । କ୍ରିଷ୍ଣା ଗତ ବର୍ଷ ଜୁଲାଇ ମାସରେ ଡୋପ୍ରେ ବିଫଳ ହୋଇଥିଲେ । ଏହାପରେ ତାଙ୍କୁ ସାମୟିକ ବାସନ୍ଦ କରାଯାଇଥିଲା । ଦ୍ୱିତୀୟ ରିପୋର୍ଟ ଆସିବା ପରେ ସେ ୪ବର୍ଷ ବାସନ୍ଦ ହୋଇଛନ୍ତି ।