ନୂଆଦିଲ୍ଲୀ,୧୩/୦୭; ଡେରାଡୁନ୍ ବଦ୍ରିନାଥ ମନ୍ଦିର ଦାନ ଅର୍ଥ ଚୋରି ମାମଲା ସାମ୍ନାକୁ ଆସିଥିଲା । ଏସଆଇଟି ମାମଲାର ଯାଞ୍ଚ କରୁଛି । ବଦ୍ରିନାଥ ଦାନ ଚୋରି ମାମାଲରେ ତଦନ୍ତକୁ ଜୋରଦାର କରି ବଡ଼ ଆକ୍ସନ ନେଇଛି ସ୍ୱତନ୍ତ୍ର ତଦନ୍ତକାରୀ ଦଳ । ଏସଆଇଟିର ତଦନ୍ତ ଏବେ ବଦ୍ରିନାଥ ମନ୍ଦିର କମିଟିର ଅଧ୍ୟକ୍ଷଙ୍କ ପାଖରେ ପହଞ୍ଚିବା ପରି ମନେ ହେଉଛି । କମିଟି ଅଧ୍ୟକ୍ଷଙ୍କ ସହ ଜଡିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସିଆଇଟି । ମନ୍ଦିର କମିଟିରୁ ଉକ୍ତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ସେ ହେଉଛନ୍ତି ପ୍ରମୋଦ ନୌଟିୟାଲ । ତାଙ୍କୁ ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ଅଟକ ରଖାଯାଇଛି । ସେ ମନ୍ଦିର କମିଟି ସଭାପତିଙ୍କ ବ୍ୟକ୍ତଗତ ସଚିବ ବୋଲି ଜଣାପଡିଛି ।

ଡେରାଡୁନରୁ ଗିରଫ ହୋଇଥିବା ପ୍ରମୋଦଙ୍କୁ ନେଇ ଏସଆଇଟି ଚମୋଲି ଅଭିମୁଖେ ଯାତ୍ରା କରିଛି । ଏସଆଇଟି ପ୍ରମୋଦଙ୍କୁ ନେଇ ବଦ୍ରିନାଥରେ ପହଞ୍ଚିଛି । ରିପୋର୍ଟ ଅନୁଯାୟୀ, ପ୍ରମୋଦ ନୌଟିୟାଲଙ୍କୁ ରବିବାର ରାତି ପ୍ରାୟ ୮ଟାରେ ଡେରାଡୁନରେ ଅଟକ ରଖାଯାଇଥିଲା । ସେ ବଦ୍ରିନାଥ ମନ୍ଦିରରେ ନୈବେଦ୍ୟ ଏବଂ ଦାନ ତଦାରଖ କାର୍ଯ୍ୟ ଦାୟିତ୍ୱରେ ଥିଲେ । ସେ ମନ୍ଦିର ନୈବେଦ୍ୟ ଏବଂ ଦାନ ଅଧିକାରୀ । ବଦ୍ରିନାଥ ମନ୍ଦିରରେ ନୈବେଦ୍ୟରେ ହୋଇଥିବା ଅନିୟମିତତା ଅଭିଯୋଗ ସାମ୍ମାକୁ ଆସିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ଏସଆଇଟି୍ ତଦନ୍ତ ନିର୍ଦ୍ଦେଶ ଦେଇଥଲେ ।

ଏହା ବି ପଢନ୍ତୁ...ଭାରତର ରହସ୍ୟମୟ ଗାଁ ମଲାନା: ଯେଉଁଠି ଲୋକଙ୍କୁ ଛୁଇଁଲେ ଦେବାକୁ ପଡ଼େ ଜରିମାନା !  

ପ୍ରମୋଦ ନୌଟିୟାଲ୍ କିଏ ? ନୌଟିୟାଲ୍ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC)ର ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ଭାବରେ କାର୍ଯ୍ୟ କରୁଥିଲେ । BKTC ହେଉଛି ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିର ଏବଂ ଅନ୍ୟାନ୍ୟ ମନ୍ଦିରର ପରିଚାଳନା କରୁଥିବା ଏକ ସଂସ୍ଥା ।ବଦ୍ରିନାଥ ଧାମରେ ଦାନ ପରିଚାଳନାରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ଏକ ପ୍ରାଥମିକ ଆଭ୍ୟନ୍ତରୀଣ ତଦନ୍ତ ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା । ବିକେଟିସି ଦ୍ୱାରା ଗଠିତ ଏକ ୪ ଜଣିଆ ସଦସ୍ୟ ବିଶିଷ୍ଟ ତଦନ୍ତ କମିଟି ନୌଟିୟାଲଙ୍କ ବିରୋଧରେ ଦାନ ପରିଚାଳନାରେ ଅନିୟମିତତାର ଅଭିଯୋଗକୁ ସତ ବୋଲି ଜଣାପଡିଥିଲା । ଉତ୍ତରାଖଣ୍ଡ ହାଇକୋର୍ଟ ଶୁକ୍ରବାର (୧୭ ଜୁଲାଇ) ଦିନ ନୌତିଆଲଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିବେ, ଯେଉଁଥିରେ ତାଙ୍କ ନିଲମ୍ବନ ଏବଂ ତାଙ୍କ ବିରୁଦ୍ଧରେ ପଞ୍ଜିକୃତ ଏଫଆଇଆରକୁ ଚ୍ୟାଲେଞ୍ଜ କରାଯାଇଛି ।

କହି ରଖୁଛି କି, ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲା ଭିତରେ ବଦ୍ରିନାଥ ଦାନ ଚୋରି ମାମଲା ସାମ୍ନାକୁ ଆସିଥିଲା । ଦିନ କୁ ଦିନ ରାମ ମନ୍ଦିର ଦାନଅର୍ଥ ଚୋରି ଘଟଣାରେ ନୂଆ ତଥ୍ୟ ସାମ୍ମାକୁ ଆସୁଛି । ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ଓ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଜାଣିବାକୁ ପାଇଛି ଯେ ମାତ୍ର ୪୦ ଦିନରେ ୭୦ ଥର ଦାନ ଅର୍ଥ ଚୋରି କରାଯାଇଥିଲା । ଦାନବାକ୍ସରୁ ଟଙ୍କା ବାହାର କରି ଗଣତି  ସମୟରେ କିଛି କର୍ମଚାରୀ ଲୁଚାଇ ନେଉଥିଲେ । ପ୍ରଥମେ କିଛି ୫୦୦ ଟଙ୍କିଆ ନୋଟ୍ ଚୋରି କରାଯାଉଥିଲା । ପରେ ଏହାର ପରିଣାମ ବଢି ବଣ୍ଡଲ ଆକାରରେ ଟଙ୍କା ନେବା ପର୍ଯ୍ୟନ୍ତ ପହଞ୍ଚିଥିଲା । ପଚରାଉଚରା ବେଳେ ଅଭିଯୁକ୍ତମାନେ ପ୍ରାୟ ୨ରୁ ୩ କୋଟି ଟଙ୍କା ଚୋରି କରିଥିବା ସୂଚନା ମିଳିଛି ।