ପୁରୀ ୧୨/୦୭: ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ। କେନ୍ଦୁଝରର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ସହ ଆତ୍ମାର ସଦ୍ଗତି କାମନା କରିଛନ୍ତି। ଏହି ସହିିତ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ମୃତକଙ୍କ ପରିବାରର ଜଣଙ୍କୁ ହୋମଗାର୍ଡ ଭାବେ ନିଯୁକ୍ତି ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ।
ପୁରୀ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ କେନ୍ଦୁଝରର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ଦୁଃଖଦ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୧୦ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା…
— CMO Odisha (@CMO_Odisha) July 12, 2026
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ହୁଣ୍ଡାପିଟା ଗାଁର ହୋମ୍ଗାର୍ଡ ପ୍ରଦୀପ ମହାନ୍ତ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ପାଇଁ ପୁରୀ ଆସିଥିଲେ। ଗତକାଲି ସତ୍ୟବାଦୀ ହାଇସ୍କୁଲରେ ଥିବା ବେଳେ ପ୍ରଦୀପ ବାନ୍ତି କରିବା ସହ ପାଟିରୁ ଧଳା ଫେଣ ବାହାରୁଥିଲା। ସହକର୍ମୀମାନେ ତୁରନ୍ତ ଉଦ୍ଧାର କରି ସାକ୍ଷୀ ମେଡିକାଲକୁ ନେଇଥିଲେ। ସେଠାରେ ହୋମ୍ଗାର୍ଡ ପ୍ରଦୀପ ମହାନ୍ତଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ।