ଭୁବନେଶ୍ୱର ୧୨/୦୭: ଚୌଦ୍ବାର- କଟକ ରାଜନୀତିରେ ବଡ଼ ହଲ୍‌ଚଲ୍। ଆଜି ପଦ୍ମ ଧରିବେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ହେବାକୁ ଥିବା ମିଶ୍ରଣ ପର୍ବରେ ହେବେ ସାମିଲ। ପ୍ରଭାତ ବିଶ୍ୱାଳ ତାଙ୍କ ଶତାଧିକ କର୍ମୀଙ୍କ ସହ ବିଶାଳ ରାଲିରେ ଭୁବନେଶ୍ବର ଆସିବ ବିଜେପିରେ ଯୋଗ ଦେବାକୁ କାର୍ଯ୍ୟକ୍ରମ ରହିଛି। ତେବେ ଏହାରି ଭିତରେ ରାଜ୍ୟ ବିଜେପି ସଭାପତ ମନମୋହନ ସାମଲ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କୌଣସି ଲୋକ କେବେ ଅଦରକାରୀ ହୁଅନ୍ତିନି। ସମସ୍ତଙ୍କ ଉପଯୋଗୀତା ରହିଛି । କୋଉଁଠି ଭଲ ବାଇଗଣ ମିଳୁଛି ସେମାନେ ଭଲ ବାଇଗଣ ନିଅନ୍ତୁ। ଆମେ ସେଇ ପୋକା ବାଇଗଣ ନେଇ ଦଳ ଗଢ଼ିବୁ।

ମିଶ୍ରଣ ପର୍ବ ଏକ ନିରନ୍ତର ପ୍ରକ୍ରିୟା । ନିର୍ବାଚନ ଆଗରୁ ଏବଂ ପରେ ଲଗାତାର ଦଳରେ ଅନେକ ନେତା ଯୋଗ ଦେଉଛନ୍ତି। ଦଳର ଆଦର୍ଶକୁ ଦେଖି ଆସ୍ଥା ପ୍ରକଟ କରୁଛନ୍ତି ।ବିଶ୍ବର ଏକ ନମ୍ବର ଦଳ ହୋଇଛି। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ଦଳର ମୁଖ୍ୟ ଲକ୍ଷ କହିଲେ ବିଜେପି ସଭାପତି ମନମୋହନ ସାମଲ।

ଅଧିକ ପଢ଼ନ୍ତୁ :-  କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ଆଉ ଗୋଟିଏ ସ୍ଲୁଇସ୍ ଗେଟ୍ ବନ୍ଦ, ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ

ଅନ୍ୟପଟେ ଝାରସୁଗୁଡାରେ ବିଜେପି କନ୍ଦଳ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଯେ, ଆମେ ଏକ ହୋଇ ନଥିଲେ ଖଣ୍ଡେ ଭୋଟ ମିଳିନଥାନ୍ତା ଏକାଠି ଅଛୁ ବୋଲି ସରକାର କରିଛୁ ଓ କୋଡିଏ ସାଂସଦ ଜିତିଛୁ ।

ଆମ ଦଳରେ ବିବାଦ ନାହିଁ କି ଝଗଡା ନାହିଁ। ଦଳରେ କୌଣସି କନ୍ଦଳ ନାହିଁ। ଭାଇରଲ ଭିଡିଓକୁ ଆମେ ବିଶ୍ୱାସ କରୁନାହୁଁ । ଅନେକ ଲୋକ କହୁଥିଲେ ଭାରତୀୟ ଜନତା ପାର୍ଟି ସରକାର କଣ କରିବ। ଲୋକ ଚାହିଁଲେ ସରକାର ହେଲା, ତେଣୁ ବସ୍ତୁ ସ୍ଥିତିକୁ ଯିବାକୁ ପଡିବ । ଗାଁ ଗହଳିରେ ଦେଖନ୍ତୁ ବସ୍ତୁ ସ୍ଥିତି କେମିତି ଅଛି। ଲୋକ ବିଜେପିକୁ ଭଲ ପାଉଛନ୍ତି କି ନାହିଁ ତାହା ଦେଖନ୍ତୁ। ସମସ୍ତେ ଏକ ହୋଇ କାମ କରୁଛନ୍ତି। ଆମେ ଏକ ହୋଇ ନଥିଲେ ଖଣ୍ଡେ ଭୋଟ ମିଳି ନଥାନ୍ତା। ଏକାଠି ଅଛୁ ବୋଲି ସରକାର କରିଛୁ ଓ କୋଡିଏ ସାଂସଦ ଜିତିଛୁ।