ଭୁବନେଶ୍ୱର,୧୩/୦୭: ସୋମବାର  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ବା ଉତ୍ତର-ପୂର୍ବ  ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।  ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ  ବଢ଼ିବ । ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ  ସ୍ଥାନରେ ଭାରି ବର୍ଷା ଆଶଙ୍କା ଅଛି । ବାଲେଶ୍ୱର,  ଭଦ୍ରକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା,  ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ,  କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ ପ୍ରବଳ ବର୍ଷା  ହୋଇପାରେ ।

ଅଧିକ ପଢ଼ନ୍ତୁ :- ଭୁବନେଶ୍ୱର ଇସ୍କନ ସାମ୍ନାରେ ଗର୍ଜିଲେ ଜଗନ୍ନାଥପ୍ରେମୀ, ଇସ୍କନର ଅଦିନିଆ ରଥଯାତ୍ରାକୁ ଆଦୌ ବରଦାସ୍ତ କରାଯିବନି

ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର  କିଛି ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ଅଛି । ବର୍ଷା  ପାଗ ସତ୍ତେ୍ୱ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ  ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ ବୋଲି  ପାଣିପାଗ ବିଭାଗ ଆକଳନ କରିଛି । ୧୪ ବା ୧୫  ତାରିଖ ବେଳକୁ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ  ଲଘୁଚାପ ରୂପ ନେବ ବୋଲି ସୋଆ ଜଳବାୟୁ  ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ  କହିଛନ୍ତି ।  ତେବେ ୧୫ ତାରିଖ ପରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ପରିମାଣ ବଢ଼ିବ ବୋଲି  ସେ ପୂର୍ବାନୁମାନ କରିଛନ୍ତି । ଗତ ୨୪ ଘଣ୍ଟାରେ  ଜଗତ୍‌ସିଂହପୁର ଓ ପୁରୀରେ ସ୍ୱଳ୍ପ ବର୍ଷା ହୋଇଛି ।