ପ୍ରମୁଖ ଖବର
  • ଏସିଆନ୍ କ୍ରିକେଟ୍: ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା ଦଳ, ୧୯ ହାରିଲା ଶ୍ରୀଲଙ୍କା
  • ||
  • ନୂଆଦିଲ୍ଲୀ: ବଢ଼ିବ ବାୟୁସେନାର ଶକ୍ତି, ଆଜି ସାମିଲ ହେବ ସି-୨୯୫ ଯୁଦ୍ଧ ବିମାନ
  • ||
  • ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ବିିତୀୟ ଦିନ, ଗୃହ ଆରମ୍ଭରୁ ହଟ୍ଟଗୋଳ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ଭୁବନେଶ୍ୱର: ରଙ୍ଗ୍‌ ରୁଟ୍‌ ଡ୍ରାଇଭ୍ କରୁଥିଲେ, ୧୦୨ ଗାଡ଼ି ଜବତ କଲା ପୋଲିସ: କୋର୍ଟରୁ ରିଜିଲ ଅର୍ଡର ଆଣିଲେ ମିଳିବ ଗାଡ଼ି
  • ||
  • କଲମ୍ବୋ: ଶ୍ରୀଲଙ୍କା ପାଇଁ ଆହତ ଟେନ୍‌ସନ୍, ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ହସରଙ୍ଗା, ଚାମୀର
  • ||
  • ନୂଆପଡ଼ା: ସ୍କ୍ରବ୍‌ ଟାଇଫସ ସଂକ୍ରମଣରେ ମହିଳା ମୃତ ଅଭିଯୋଗ, ଡିଜିଟାଲ ସର୍ଭେ ବେଳେ କାମୁଡ଼ିଥିଲା ପୋକ
  • ||
  • ଭୁବନେଶ୍ୱର: ଆଜିଠୁ ଘରେ ଘରେ ପହଞ୍ଚିବ କଂଗ୍ରେସ, ବା
  • ||
  • ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଫାଟ ପଛରେ ଆମେରିକା ମୁଖ୍ୟ କାର୍ପଟଦାର ! କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ..
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଲେ ସୁନା ପଦକ
  • ||
  • ଭୁବନେଶ୍ୱର: ଆସିଲାଣି ମୌସୁମୀ ଫେରିବା ସମୟ: ଏବେ ବି ୩ ଜିଲ୍ଲାରେ ମାତ୍ରାଧିକ, ଆଉ ୩ ରେ ନିଅଣ୍ଟିଆ ବର୍ଷା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଶେଷ, ବଡ଼ଦାଣ୍ଡରେ କଂସକୁ ବଧ କଲେ ଶ୍ରୀକୃଷ୍ଣ
  • ||

କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ

ଭୁବନେଶ୍ୱର ୦୫/୦୬: ଖୁସିରେ କୋଲାକାତା, ଆସାମ ଫେରିଲେ ଯାତ୍ରୀ । ପୁରୀରୁ ବସ୍‌ ଯୋଗେ ଯାତ୍ରୀମାନେ ରବିବାର ନିଜ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କ ଯାତ୍ରା ଲାଗି ଓଡ଼ିଶା ସରକାର ବସ୍‌ ବ୍ୟବସ୍ଥା କରିଥିବାରୁ ଯାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସମସ୍ତ ସରକାରୀ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷକରି ସରକାର ତାଙ୍କ ସମସ୍ୟାକୁ ସହୃଦୟତାର ସହ ନେଇ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ମାଗଣାରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି । ସେଥିପାଇଁ ଯାତ୍ରୀମାନେ ବେଶି ଖୁସି ହୋଇ ସରକାରଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି ।

wp:embed {"url":"https://www.prameya.com/in-bhanga-the-train-movement-became-normal-3-trains-rolled/","type":"wp-embed","providerNameSlug":"prameya"}
https://www.prameya.com/in-bhanga-the-train-movement-became-normal-3-trains-rolled/
/wp:embed

ଏ ସମସ୍ତ ଯାତ୍ରୀ କିଛିଦିନ ତଳେ ଟ୍ରେନ୍‌ ଯୋଗେ ଆସାମ, କୋଲକାତାରୁ ପୁରୀ ବୁଲିବାକୁ ଆସିଥିଲେ । ଯେହେତୁ ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ରେଳ ସେବା ବାଧାପ୍ରାପ୍ତ ହୋଇଛି, ତେଣୁ ସେମାନେ ଘରକୁ ଫେରି ନ ପାରି ଫସି ରହିଥିଲେ । ଏ ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ସରକାର ଗୁରୁତର ସହ ନେଇ ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକାତାକୁ ମାଗଣା ବସ୍‌ ସେବା ଆରମ୍ଭ କରିଛନ୍ତି । ଫଳରେ ଯାତ୍ରୀମାନେ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି । ପୁରୀ ଆସିଥିବା କୋଲକାତାର ଅର୍ପିତା ମଣ୍ଡଳ କହିଛନ୍ତି, ୬ଜଣ ଆସିଥିଲୁ । ଏବେ ଫେରୁଛୁ । କୌଣସି ଅସୁବିଧା ନାହିଁ । ଗାଡ଼ି ପାଖକୁ ଆସି ନାମ ପଞ୍ଜୀକରଣ ସହ ଆଧାରକାର୍ଡ ଦେଖାଇ ଯାଉଛୁ । ଏଥିପାଇଁ ସରକାରଙ୍କୁ ବହୁତ ଧନ୍ୟବାଦ । ଆସାମରୁ ଆସିଥିବା ଆଉ ଜଣେ ମହିଳା କହିଛନ୍ତି, ୧୭ଜଣ ଆସିଥିଲୁ ଆଜି ବସ୍‌ରେ ଫେରୁଛୁ ।

Copyright © 2022 - Summa Real Media Private Limited. All Rights Reserved.