ଭୁବନେଶ୍ୱର,୧୬/୦୧: ରାଜଧାନୀ ଭୁବନେଶ୍ୱରରେ ଜଣେ ପୂର୍ବତନ ଏମ୍‌ପିଙ୍କୁ ଠକେଇ କରିବା ମାମଲାରେ ଗୁରୁବାର ଅନିଲ-ହଂସିକାଙ୍କ ଜାମିନ ଆବଦନର ଶୁଣାଣି ହେବାର ଥିଲା । ହେଲେ ଆସନ୍ତା ୧୮ ତାରିଖରେ ଏହି ମାମଲାର ବେଲ୍‌ ଶୁଣାଣିକୁ ଧାର୍ଯ୍ୟ କରିଛନ୍ତି ଏଡିଜେ-୨ କୋର୍ଟ । ଏହାରି ଭିତରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ହଂସିକା । ଜାମିନ ଆବେଦନରେ ଅନିଲ ନୁହେଁ, ସରୋଜ ହିଁ ତାଙ୍କ ସ୍ୱାମୀ ବୋଲି ଦର୍ଶାଇଛନ୍ତି ହଂସିକା । ନିଜ ସ୍ୱାମୀ ଅର୍ଥାତ ସରୋଜଙ୍କ ଅସୁସ୍ଥତା କାରଣ ଦର୍ଶାଇ ଅନ୍ତରୀଣ ଜାମିନ ପାଇଁ ଆବେଦନ କଲେ ହଂସିକା ।

କହିରଖୁ କି, ଭୁବନେଶ୍ୱରରେ ହାଇପ୍ରୋଫାଇଲ୍‌ ଠକେଇ କରିବା ମାମଲାରେ ଗୁରୁବାର ଅନିଲ-ହଂସିକାଙ୍କ ଜାମିନ ଆବଦନର ଶୁଣାଣି ହେବାର ଥିଲା । ପୂର୍ବରୁ ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ଜାମିନ ଆବେଦନର ଶୁଣାଣି କରିଥାନ୍ତେ ଏଡିଜେ-୨ କୋର୍ଟ । ସେପଟେ ଉଭୟଙ୍କୁ ଝାରପଡ଼ା ଜେଲ୍‌ରେ ଜେରା କରିବା ପାଇଁ ଆୟକର ବିଭାଗ ତରଫରୁ ଆବେଦନ କରାଯାଇଥିଲା । ଗୁରୁବାର ଏଡିଜେ-୨ କୋର୍ଟ ଉଭୟ ଆବେଦନର ଶୁଣାଣି କରିଥାନ୍ତେ । ହେଲେ ବର୍ତ୍ତମାନ ଏହି ମାମଲାର ବେଲ୍‌ ଶୁଣାଣିକୁ ୧୬ ତାରିଖରୁ ଆସନ୍ତା ୧୮ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ଏଡିଜେ-୨ କୋର୍ଟ ।