ପ୍ରମୁଖ ଖବର
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ୧୨ ରାଜ୍ୟର ମୋଟ ୮୮ ଆସନରେ ମତଦାନ
  • ||

ପଦ୍ମ ଧରିଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ

ନୁଆଦିଲ୍ଲୀ ୧୬/୩: ବିଜେପିରେ ଯୋଗଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଶନିବାର ଦିଲ୍ଲୀ ବିଜେପି ମୁଖ୍ଯାଳୟରେ ମିଶ୍ରଣ ପର୍ବରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି ବଳଭଦ୍ର । ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ପ୍ରଭାରୀ ଅରୁଣ ସିଂ ଉପସ୍ଥିତ ଥିଲେ  ।

wp:html /wp:html

ଗୁରୁବାର ବିଜେଡିରୁ ଇସ୍ତଫା ଦେଇଥିଲେ ସାଂସଦ ବଳଭଦ୍ର । ଦଳ ତାଙ୍କୁ ଅଣଦେଖା କରୁଥିବାରୁ ସେ ଦଳରୁ ଇସ୍ତଫା ଦେଇଥିବା କହିଥିଲେ । ତେବେ ସେ ଦଳ ଛାଡିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ କହିଥିଲେ ଯେ ବଳଭଦ୍ରଙ୍କ ପାଇଁ ବିଜେପି ଦ୍ୱାର ଖୋଲା । ତେବେ ଆଜି ସେ ବିଧିବଦ୍ଧଭାବେ ଦଳରେ ଯୋଗଦେଇଛନ୍ତି । ବଳଭଦ୍ରଙ୍କ ଦଳରେ ଯୋଗଦାନ ଦଳକୁ ମଜଭୁତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.