ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ

ଭୁବନେଶ୍ୱର ୧୪/୩: ବିଜେଡି ଛାଡିଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଦଳ ତାଙ୍କୁ ଅଣଦେଖା କରୁଥିବାରୁ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି ।
ଗୁରୁବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ସେ ଆଜି ନବୀନ ନିବାସ ଆସି ଦଳର ସୁପ୍ରିମୋ ନବୀନଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ କିନ୍ତୁ ସାକ୍ଷାତ କରିପାରିନଥିଲେ । ତେବେ ଟିକଟ ମିଳୁନଥିବା ଆଶଙ୍କା ନେଇ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ସେ ରେଳବାଇରେ ଚାକିରୀ କରିଥିଲେ । ଚାକିରୀ ଛାଡି ୨୦୧୪ରେ ବିଜେଡି ଟିକେଟରେ ବଳଭଦ୍ର, କଂଗ୍ରେସର ପ୍ରଦୀପ ମାଝୀଙ୍କୁ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ତାଙ୍କୁ ଅଣଦେଖା କରୁଥିବାରୁ ଦଳ ଛାଡିଥିବା କହିଛନ୍ତି ବଳଭଦ୍ର । ତେବେ ସେ କେଉଁ ଦଳରେ ସାମିଲ ହେବେ ସେନେଇ କିଛି ସୂଚନା ମିଳିନି ।
ଅଧିକ ପଢନ୍ତୁ ବଳଭଦ୍ରଙ୍କ ପାଇଁ ବିଜେପି ଦ୍ୱାର ଖୋଲା: ପ୍ରତାପ