ବାଲେଶ୍ବର,୧୩/୨ : ପତ୍ନୀହନ୍ତାକୁ ଫାଶୀଦଣ୍ଡ । ବାଲେଶ୍ବର ଏସିଡ୍ ମାଡ଼ ଘଟଣାରେ ଅଭିଯୁକ୍ତ ଚନ୍ଦନ ରଣାକୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି ବାଲେଶ୍ବର ସ୍ବତନ୍ତ୍ର ଏସସି/ଏସଟି କୋର୍ଟ । ସ୍ତ୍ରୀଙ୍କ ସହ ୪ ଛୁଆଙ୍କ ଉପରେ ଏସିଡ୍ ମାଡ଼ କରିଥିଲା ଚନ୍ଦନ । ପତ୍ନୀ ବନିତା ସିଂଙ୍କର ହୋଇଥିଲା ମୃତ୍ୟୁ । ଏସିଡ୍ ମାଡରେ ୪ ଶିଶୁ ହୋଇଥିଲେ ଗୁରୁତର । ସନ୍ଦରଗଡ଼ା ଅଞ୍ଚଳରେ ଘଟିଥିଲା ଏଭଳି ଘଟଣା । ଯାହାକି ସେ ସମୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ନିଷ୍ଠୁର ଚନ୍ଦନକୁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଥିବାବେଳେ ଆଜି ବାଲେଶ୍ବର ଏସସି/ଏସଟି କୋର୍ଟ ରାୟ ଶୁଣାଇଛନ୍ତି ।
ଏହାସହ ପଢ଼ନ୍ତୁ : ବିଧାନସଭାରେ ପରିସରରେ କାହ୍ନୁ ଲେଙ୍କାଙ୍କୁ ଶ୍ରଦ୍ଧାଞ୍ଜଳି