ଭୁବନେଶ୍ବର, ୧୩/୨ : ବିଶିଷ୍ଟ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିଧାନସଭାରେ ଶ୍ରଦ୍ଧାଞ୍ଜଳି । ଦିଆଗଲା ଗାର୍ଡ ଅଫ୍ ଅନର୍ । ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଏବଂ କଂଗ୍ରେସ ବିଧାୟକ ଦଳ ନେତା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
କହି ରଖୁଛୁ କି, ଶୁକ୍ରବାର କାହ୍ନୁ ଲେଙ୍କାଙ୍କ ପରଲୋକ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଶୋକବ୍ରକ୍ତ କରିଛନ୍ତି । ତେବେ ସେ୧୯୯୫-୨୦୦୦ ମସିହା ଯାଏଁ ସେ ଚୌଦ୍ଵାର ବିଧାୟକ ଥିଲେ। ୧୯୮୮ରୁ ୯୪ ଯାଏଁ ରାଜ୍ୟସଭା ସାଂସଦ ଥିଲେ। ପି.ଭି. ନରସିଂହ ରାଓଙ୍କ ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ।
ଏହାସହ ପଢ଼ନ୍ତୁ : ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ