ପ୍ରମୁଖ ଖବର
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ଯାହାକୁ ରଖିବେ ଅନନ୍ତ : ଟ୍ରେନ୍‌ ଦୁର୍ଘଟଣାସ୍ଥଳରୁ ୪୫ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକ

ସୋରୋ,୦୪/୦୬: ଛାତିଥରା ଦୁର୍ଘଟଣା । ଶହ ଶହ ଯାତ୍ରୀଙ୍କ ମୃତ୍ୟୁ । ହଜାର ହଜାର ଯାତ୍ରୀ ଆହତ । ଉଦ୍ଧାରକାରୀ ଟିମ୍‌ ଆଉ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ପୂରା ରେସ୍କ୍ୟୁ ଅପରେସନ କରାଯାଇଥିଲା । କିନ୍ତୁ କଥାରେ ଅଛି ଯାହାକୁ ରଖିବେ ଅନନ୍ତ… । ଅବିଶ୍ବସନୀୟ ଘଟଣାକ୍ରମେ ଦୀର୍ଘ ୪୫ ଘଣ୍ଟା ପରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାସ୍ଥଳରୁ ଜଣେ ଯୁବକଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛି ରେଳଓ୍ବେ ପୁଲିସ୍ । ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶୁକ୍ରବାର ରାତିରେ ବାଲେଶ୍ବର ଜିଲ୍ଲା ବାହନଗାରେ ହୋଇ‌ଥିବା ଭୟଙ୍କର କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାକୁ ୪୫ ଘଣ୍ଟାରୁ ଅଧିକ ସମୟ ବିତିସାରିଛି। ଶନିବାର ଦିନ ୩ ଟା ପର୍ଯ୍ୟନ୍ତ ୨୦ ଘଣ୍ଟାର ଯୁଦ୍ଧକାଳୀନ ଉଦ୍ଧାରକାର୍ଯ୍ୟ ଚାଲିଥିଲା। ତେବେ ସମସ୍ତ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କୁ ମଧ୍ୟ ବିଭିନ୍ନ ହସ୍ପିଟାଲକୁ ପଠାଯାଇଥିଲା। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୁର୍ଘଟଣାର ୪୫ ଘଣ୍ଟା ପରେ ଜଣେ ଯୁବକଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛି ରେଳଓ୍ବେ ପୁଲିସ୍। ଉକ୍ତ ଯୁବକ ଜଣଙ୍କ ଆସାମର ବୋଲି ଜଣାପଡ଼ିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Copyright © 2022 - Summa Real Media Private Limited. All Rights Reserved.