ଭୁବନେଶ୍ବର, ୨୫/୧୦: ସୌମ୍ୟ ହତ୍ୟା ମାମଲାରେ ବିବାଦକୁ ଆସିଥିବା IPS ଦୟାଲ ଗଙ୍ଗଓ୍ବାରଙ୍କର ବଦଳି ହୋଇଛି । ADGP କମ୍ୟୁନିକେସନ ପଦରୁ ତାଙ୍କୁ ହଟାଇ ଦିଆଯାଇଛି । ଦୟାଲ ଗଙ୍ଗଓ୍ବାରଙ୍କୁ ଗୃହ ବିଭାଗର OSD ଦାୟିତ୍ବ ମିଳିଛି । ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲାରେ ବିବାଦକୁ ଆସିଥିଲେ ଗଙ୍ଗଓ୍ବାର । ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ ମୃତ ସୌମ୍ୟଙ୍କ ମାଆ। IPS ଦୟାଲ ଗଙ୍ଗୱାରଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରିଥିଲେ । ଗଙ୍ଗୱାରଙ୍କ ପାଇଁ ତାଙ୍କ ପୁଅ ମାନସିକ ଚାପରେ ଥିଲେ ବୋଲି କହିଥିଲେ । ସେପଟେ ସୌମ୍ୟ ମୁମୁ କହିଛନ୍ତି, ଗଙ୍ଗୱାରଙ୍କୁ ବଦଳି ଦଣ୍ଡ ନୁହେଁ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର । ବର୍ତ୍ତମାନ ସୁଦ୍ଧା ନ୍ୟାୟ ମିଳିନି, ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି । ବାଲିଅନ୍ତା ପୁଲିସ ଉପସ୍ଥିତିରେ ତାଙ୍କ ଭଣଜାକୁ ପିଟି ପିଟି ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା କହିଲେ ସୌମ୍ୟଙ୍କ ମାମୁ କହିଛନ୍ତି ।

ମେ ୭ ତାରିଖରେ ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ହୋଇଥିଲା । ଭିଡି ଭିତରେ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ ଲୋକେ । ଏହି ମାମଲାରେ ପୁଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିସାରିଛି । ହେଲେ ଏହି ଘଟଣାରେ ସବୁଠୁ ଅଧିକ ବିବାଦୀୟ ହୋଇପଡିଥିଲେ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗଓ୍ୱାର । ଏହି ବରିଷ୍ଠ ଅଧିକାରୀଙ୍କ ନାଁରେ ସୌମ୍ୟଙ୍କ ପରିବାର ପକ୍ଷରୁ ଆଣିଥିଲେ ସଙ୍ଗୀନ ଅଭିଯୋଗ । ହେଲେ ଅଭିଯୋଗରେ କେତେ ସତ, କେତେ ମିଛ, ତା’ ବିଷୟରେ ସବିଶେଷ ତଥ୍ୟ ମିଳିନାହିଁ । ହେଲେ ଏହାରି ଭିତରେ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗଓ୍ୱାରଙ୍କୁ ବଦଳି କରାଯାଇଛି । ଦୟାଲ ଗଙ୍ଗୱାରଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । ଦୟାଲ ଗଙ୍ଗଓ୍ୱାରଙ୍କ ବଦଳି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅଧିକ ପଢନ୍ତୁ- Odisha politics : ବିଜେଡି ଛାଡ଼ିଲେ ଦେବାଶିଷ ସାମନ୍ତରାୟ, ଦଳରେ ଅଣଦେଖା କରାଯାଉଥିବାରୁ ଥିଲେ ଅସନ୍ତୁଷ୍ଟ​​​​​​​