କଟକ,୨୯/୦୯: ବାଲିଯାତ୍ରା ନକ୍ସାରୁ ଉପର ପଡ଼ିଆକୁ ବାଦ୍ ଦେବା ଘଟଣାକୁ ନେଇ ବିରୋଧ ହେବା ପରେ ପଛକୁ ଫେରିଛି ଜିଲ୍ଲା ପ୍ରଶାସନ । ଉପର ପଡ଼ିଆରେ ବି ବାଲିଯାତ୍ରା କରିବାକୁ ଆପାତତଃ ନିଷ୍ପତ୍ତି ନେଇଛି‌ ପ୍ରଶାସନ । ଯଦିଓ ପ୍ରଶାସନର ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବି ଗୁରୁତ୍ଵ ରଖିବ । ଉପର ପଡ଼ିଆରେ ବାଲିଯାତ୍ରା କରିବାକୁ କୋର୍ଟଙ୍କୁ ସତ୍ୟପାଠ ଦିଆଯିବ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ କହିଛନ୍ତି । ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ । ଲୋକ ପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନ ବୈଠକରେ ନିଷ୍ପତ୍ତି ହୋଇଛି । ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରାକୁ ନେଇ ଉଠିଥିଲା ବିବାଦ। ଅଧିକାଂଶ ଦଳର ଲୋକ ପ୍ରତିନିଧି ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଥିଲେ ।