PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ବାଲିମେଳା ଜଳଭଣ୍ଡାରରେ ଡ଼ଙ୍ଗାବୁଡି ଘଟଣା : ୧୬ ଘଣ୍ଟା ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି/କୋରୁକୋଣ୍ଡା, ୨୫।୫ : ବୁଧବାର ସନ୍ଧ୍ୟାରେ ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଆଜି ସକାଳେ କୋରକୁଣ୍ଡା ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିବା ପରେ ମୃତଦେହକୁ ଜଳଭଣ୍ଡାର ମଧ୍ୟରୁ ଉଦ୍ଧାର କରିଛନ୍ତି।

ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକର ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ଡାଇକ-୩ ଗ୍ରାମର ତିନିଜଣ ବ୍ୟକ୍ତି ବାଲିମେଳା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗା ଯୋଗେ ମାଛ ଧରିବାକୁ ଯାଇ ଫେରୁଥିଲେ। ବୁଧବାର ସନ୍ଧ୍ୟାରେ ଭୀଷଣ ପବନ ଓ ବର୍ଷା ଯୋଗୁଁ ଦେଶୀ ଡଙ୍ଗାଟି ଜଳ ଭଣ୍ଡାରରେ ଓଲଟି ଯିବାରୁ ଡଙ୍ଗାରେ ଥିବା କୃପା ବେନିଆ, ହରି ସଗରିଆ, କୈଳାଶ ନାୟକ ପାଣି ମଧ୍ୟକୁ ଖସି ପଡ଼ିଥିଲେ। ହରି ସଗରିଆ ଓ କୈଳାଶ ନାୟକ ଦୁଇଜଣ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ କୃପା ବେନିୟା ନିଖୋଜ ହୋଇଯାଇଥିଲେ। ଗ୍ରାମବାସୀଙ୍କ ପକ୍ଷରୁ କୃପାକୁ ଜଳଭଣ୍ଡାରରେ ବହୁତ ଖୋଜିଥିଲେ କୌଣସି ସନ୍ଧାନ ମିଳି ନଥିଲା। ରାତି ହୋଇଯିବା ହେତୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା ।

ଆଜି ସକାଳେ ଗ୍ରାମବାସୀ ମାନେ କୋରୁକୋଣ୍ଡା ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବହୁତ ଖୋଜିବା ପରେ ଜଳଭଣ୍ଡାର କୂଳରେ କୃପାର ମୃତ ଶରୀର ଭାସୁଥିବାର ଦେଖି ଅଗ୍ନିଶମ ବିଭାଗ କର୍ମଚାରୀମାନେ ମୃତଦେହ ଉଦ୍ଧାର କରିଥିଲେ। ଅର୍କେଲ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।