ନୂଆଦିଲ୍ଲୀ,୧୧।୨: ପାକିସ୍ତାନ ସରକାର ଓ ସେନା ବେଲୁଚିସ୍ତାନରେ ଚାଲିଥିବା ସଶସ୍ତ୍ର ବିଦ୍ରୋହ ଉପରେ ସବୁଦିନ ଅଦ୍ଭୁତ ବୟାନ ଦେବାରେ ଲାଗିଛି। ତାକୁ ଭାରତ ସହ ମଧ୍ୟ ଯୋଡୁଛି, କିନ୍ତୁ ବଲୁଚିସ୍ତାନ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବେଲୁଚିସ୍ତାନର ନ୍ୟାସନାଲିଷ୍ଟ ପାର୍ଟି(ବିଏନ୍‌ପି) ମୁଖ୍ୟ ସର୍ଦ୍ଦାର ଅଖତର ମେଙ୍ଗଲ ଗତ ସୋମବାର କହିଥିଲେ ବଲୁଚିସ୍ତାନରେ ରକ୍ତାକ୍ତ ସଂଘର୍ଷ ରୋକିବା ପାଇଁ ଏବେ କେବଳ ଗୋଟିଏ ବିକଳ୍ପ ରହିଛି। ବଲୁଚିସ୍ତାନର ସ୍ବାଧୀନତା ଓ ସବୁ କିଛି ହାତରୁ ଖସି ସାରିଛି। ବଲୁଚିସ୍ତାନ  ଓ ପାକିସ୍ତାନ ଏକାଠି ରହିପାରିବେନି। ଜଣେ ପଡୋଶୀ ଭାବରେ ଶାନ୍ତ ରହିବା ଜରୁରୀ।’

୯ ଫେବୃଆରୀରେ ଲାହୋରରେ ଆୟୋଜିତ ଆସମା ଜାହାଙ୍ଗୀର କନଫେନ୍ସରେ ଅଖତର ମେଙ୍ଗଲ କହିଛନ୍ତି, ବେଲୁଚିସ୍ତାନର ପାକିସ୍ତାନରେ ବିଲୟ ବେଳେ ମହମ୍ମଦ ଅଲ୍ଲୀ ଜିନ୍ନା ବେଲୁଚିସ୍ତାନ ଜନତାଙ୍କୁ ବିଭିନ୍ନ ପ୍ରତିଶୃତି ଦେଇଥିଲେ। ହେଲେ ୭୦ ବର୍ଷ ପରେ ସେହି ପ୍ରତିଶୃତି ପାଳନ ହେଲାନି। ବଂର ଲୋକଙ୍କୁ ଘରୁ ଉଠାଇ ନେଇ ମାରି ଦିଆଗଲା।  ୩୧ ଜାନୁଆରୀରେ ଯେତେବେଳେ ବଲୁଚ ଯୋଦ୍ଧା ଏକାଠି ବଲୁଚିସ୍ତାନର ବହୁ ସହରରେ ଥିବା ସେନା ଆଡ୍ହାକୁ ଟାର୍ଗେଟ କରିଥିଲେ,ସାଧାରଣ ଲୋକ ଘରୁ ବାହାରି ସେଲଫି ନେଇଥିଲେ। ମହିଳାମାନେ ପୁରୁଣା କପଡାରେ ପୁରାଇ ତାଙ୍କୁ ଖାଦ୍ୟ ଦେଇଥିଲେ। କାରଣ ବଲୁଚିସ୍ତାନର ଜନତାଙ୍କୁ ଲାଗୁଛି ବଲୁଚ ଯୋଦ୍ଧା ତାଙ୍କୁ ଅତ୍ୟାଚାରରୁ ବଞ୍ଚାଇ ପାରିବେ। ଯେତେବେଳେ କି ପାକିସ୍ତାନୀ ସେନା ଯାଆନ୍ତି ଲୋକେ ତାଙ୍କୁ ଦେଖି ଲୁଚି ଯାଆନ୍ତି। ବଲୁଚିସ୍ତାନରେ ରକ୍ତପାତ ରୋକିବା ପାଇଁ ବର୍ତ୍ତମାନ ସମାନ ନୀତି ଗ୍ରହଣ କରିବାକୁ ପଡିବ। ସୋମବାର ଏହି ବିବୃତ୍ତି ପରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ଦ୍ଦାର ଅଖତାର ମେଙ୍ଗାଲ ମଙ୍ଗଳବାର ସଂସଦ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ, ଯାହା ପରେ ପାକିସ୍ତାନୀ ସଂସଦର ବାଚସ୍ପତି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଥିଲେ।