PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ସମ୍ବଲପୁର କେଭି-୨ ଏବଂ ନୟାଗଡ଼ କେଭିରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ବାଲବାଟିକା

ଭୁବନେଶ୍ୱର ୧୮/୧୧: ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ନଂ ୨ ଏବଂ ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷାମୂଳକ ଭାବରେ ବାଲବାଟିକା ଶୁଭାରମ୍ଭ କରାଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ୱାରା ଏହି ଦୁଇ ସ୍କୁଲରେ ବାଲବାଟିକାର ଶୁଭାରମ୍ଭ କରାଯାଇଛି । ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ କଳ୍ପନାରେ ଏହା ଏକ ବଡ଼ ପଦକ୍ଷେପ । ଆଦ୍ୟ ଶୈଶବ ଯତ୍ନ ଏବଂ ଶିକ୍ଷା ପ୍ରଦାନ କରିବାରେ ବାଲବାଟିକା ହେଉଛି ଜାତୀୟ ଶିକ୍ଷା ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ । ବାଲବାଟିକା, ଏକବିଂଶ ଶତାବ୍ଦୀରେ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ପ୍ରଧାନ ଟ୍ୱିଟ୍ କରିଛନ୍ତି ।

ଗତ ଅକ୍ଟୋବର ୨୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷାମୂଳକ ଭାବରେ ସମଗ୍ର ଭାରତ ବର୍ଷରେ ୫୦ଟି କେନ୍ଦ୍ରୀୟ ବିଦ୍ୟାଳୟ(କେଭି)ରେ ବାଲବାଟିକାର ଶୁଭାରମ୍ଭ କରିଥିଲେ । ଆଗାମୀ ଶିକ୍ଷା ବର୍ଷରେ ବାଲବାଟିକା ଦେଶର ସମସ୍ତ ସିବିଏସଇ ସ୍କୁଲରେ କାର୍ଯ୍ୟକାରୀ କରାଯିବାର ଯୋଜନା ରହିଛି । ରାଜ୍ୟରେ ଥିବା ସ୍କୁଲ ଗୁଡ଼ିକରେ ବାଲବାଟିକାକୁ କାର୍ଯ୍ୟକାରୀ କରିବା ପାଇଁ ବିଚାରବିମର୍ଷ କରାଯିବ । ଆସନ୍ତା କିଛି ବର୍ଷ ମଧ୍ୟରେ ଶତପ୍ରତିଶତ ୩ ବର୍ଷ ବୟସରୁ ଶିଶୁଙ୍କୁ ସ୍କୁଲ ଶିକ୍ଷାରେ ଅଣାଯିବା ନେଇ ଭାରତ ସରକାର କାର୍ଯ୍ୟ କରୁଛନ୍ତି ।

ସମ୍ବନ୍ଧିତ ଖବର