ସ୍ୱାସ୍ଥ୍ୟ ପାଇଁ ବରଦାନ କଦଳୀ ଚା’, ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

abplive
ନୂଆଦିଲ୍ଲୀ ୦୨/୦୨: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲୋକମାନେ ପ୍ରାୟତଃ ବ୍ଲାକ୍ କିମ୍ବା ଗ୍ରୀନ୍ ଟି ପିଅନ୍ତି। ଯାହା ଅନେକ ଲାଭ ଦେଇଥାଏ। ଓଜନ ହ୍ରାସ କିମ୍ବା କୋଲେଷ୍ଟ୍ରଲ ହ୍ରାସ କରିବାରେ ଏହି ଚା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଆପଣ କେବେ କଦଳୀ ଚା ପିଇଛନ୍ତି କି? ଏହି ଚା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ…
କଦଳୀ ଚା’ରେ ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍, ତମ୍ବା, ପୋଟାସିୟମ୍, ଭିଟାମିନ୍ b16 ଭଳି ଉପାଦାନ ରହିଥାଏ। ଏହା ହଜମ ଠାରୁ ନେଇ ହୃଦୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କର ମଧୁମେହ ଅଛି, ତେବେ ଏହା ଆପଣଙ୍କ ସର୍ବତ୍ତୋମ । ଆପଣଙ୍କୁ ଏହି ଚା’ରେ ଆଦୌ ଚିନି ମିଶାଇବା ଆବଶ୍ୟକ ନାହିଁ।
ହୃଦୟକୁ ସୁସ୍ଥ ରଖିଥାଏ :
କଦଳୀ ଚା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ପୋଟାସିୟମ୍ ଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ କ୍ୟାଟେଚିନ୍ ମଧ୍ୟ ରହିଥାଏ, ଯାହା ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା କମାଇବା ପାଇଁ କାର୍ଯ୍ୟ କରିଥାଏ। ପ୍ରତିଦିନ କଦଳୀ ଚା ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ହୃଦଘାତରୁ ରକ୍ଷା ମିଳିଥାଏ।
ଓଜନ ହ୍ରାସ କରିଥାଏ :
କଦଳୀ ଚା ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଏଥିରେ ଅଧିକ ଫାଇବର ଥାଏ, ଯାହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ । ଏଥିସହିତ ସହିତ ଆଣ୍ଟି-ଓବେସିଟି ପ୍ରଭାବ ରହିଥାଏ। ଏହାକୁ ପିଇବା ଦ୍ୱାରା ଭୋକ ନିୟନ୍ତ୍ରଣରେ ରହିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
କିପରି କରିବେ ପ୍ରସ୍ତୁତ ?
କଦଳୀ ଚା ତିଆରି କରିବା ପାଇଁ, ଗୋଟିଏ କଦଳୀକୁ ଏକ ଗ୍ଲାସ୍ ପାଣି ସହିତ ଫୁଟାନ୍ତୁ। ଏହା ଭଲଭାବରେ ଫୁଟିଗଲା ପରେ, ଅବଶିଷ୍ଟ ତରଳକୁ ଅଧା କପ୍ କ୍ଷୀର କିମ୍ବା କଳା ଚା ସହିତ ମିଶାଇ ପିଅନ୍ତୁ।