PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଶୀତ ଦିନେ କଦଳୀ ଖାଇବା ଉଚିତ୍‌ କି? କ’ଣ କହୁଛନ୍ତି ବିଶେଷଜ୍ଞ… ଆସନ୍ତୁ ଜାଣିବା     

ଆପଣ ଯଦି ସବୁଦିନ ଫଳ ଖାଉଛନ୍ତି ତେବେ ଆପଣଙ୍କୁ ଫଳ ଖାଇବାର ସମୟ ଜାଣିବା ଆବଶ୍ୟକ ରହିଛି। ଆୟୁର୍ବେଦ ଅନୁଯାୟୀ ଫଳ ଅପରାହ୍ନ ସମୟରେ ଖାଇବା ଉଚିତ୍। ଏହା ପୂର୍ବରୁ ଓ ପରେ ଅନ୍ୟ କୌଣସି ଖାଦ୍ୟ ଖାଇବା ଉଚିତ୍‌ ନୁହେଁ। ନହେଲେ ଫଳ ଖାଇବା ଦ୍ୱାରା ଆପଣଙ୍କୁ କିଛି ଫାଇଦା ମିଳିବ ନାହିଁ।

ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇଛି। ସମସ୍ତେ ପ୍ରାୟ ଫଳ ମଧ୍ୟରୁ ପାଚିଲା କଦଳୀ ଅଧିକ ଖାଇବାକୁ ପସନ୍ଦ କରିଥାନ୍ତି। ଏହାରି ଭିତରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଥାଏ ଯେ, ଶୀତ ଋତୁରେ କଦଳୀ ଖାଇବା ଉଚିତ କି ନୁହେଁ। କାରଣ କଦଳୀ ଅଧିକ ଭିଟାମିନ ପ୍ରଦାନ କରୁଥିବା ଫଳ। ଏହି ଫଳ ଖୁବ୍‌ ଶସ୍ତା ଓ ଶରୀର ପାଇଁ ଉପକାରୀ। ଯଦି ଆପଣ ନିୟମିତ କଦଳୀ ଖାଉଛନ୍ତି ତାହାଲେ ଆପଣଙ୍କର ପାଚନକ୍ରିୟାକୁ ଠିକ୍‌ ରଖିବା ସହ ଶରୀର ଦୁର୍ବଳପଣକୁ ଦୂର କରିଥାଏ।  

ହେଲେ କିଛି ଲୋକ ଭାବନ୍ତି ଯେ କଦଳୀ ଖାଇବା ଦ୍ୱାରା ଥଣ୍ଡା ହେବା ସହ କାଶ ମଧ୍ୟ ହୋଇଥାଏ। ବିଶେଷ କରି ଛୋଟ ପିଲାଙ୍କୁ ଏହି ସମସ୍ୟା ଅଧିକ ହୋଇଥାଏ ବୋଲି ବହୁତ ଜଣ ଭାବନ୍ତି। ତେବେ ଆସନ୍ତୁ ଜାଣିବା ଏଥିରେ କେତେ ସତ୍ୟତା ରହିଛି।

କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତ ଦିନରେ ମଧ୍ୟ କଦଳୀ ଖାଇବା ଉଚିତ୍‌। ତେବେ ଶୀତ ଦିନେ କଦଳୀ ରାତି ସମୟରେ ଖାଇବା ଅନୁଚିତ୍‌। ଯଦି ଆପଣ କଦଳୀ ଖାଇବାକୁ ଚାହୁଁଛନ୍ତି, ତେବେ ଅପରାହ୍ନ ସମୟରେ ଖାଇବା ଶରୀର ପାଇଁ ଉପକାର ହେବ। ଯଦି ଆପଣଙ୍କୁ ଥଣ୍ଡା ଜ୍ୱର ବା କାଶ କଫ ହେଉଛି ତେବେ କଦଳୀ ଖାଆନ୍ତୁ ନାହିଁ। ଏହି ସମୟରେ କଦଳୀ ଖାଇଲେ କଫ ଓ କାଶ ଅଧିକ ହୋଇଥାଏ।

ସୂଚନାଯୋଗ୍ୟ, କଦଳୀରେ ଅଧୀକ ପୋଟାସିୟମ୍ ରହିଛି। କଦଳୀ ଶରୀରରେ ଜଳର ଅଭାବ ପୂରଣ କରିବା ସହ ହାଇଡ୍ରେଟେଡ୍ ରଖିବାରେ ସାହାଯ୍ୟ କରିଥାଏ। ଏହାସହ କଦଳୀରେ ଥିବା ୧୦୦ କ୍ୟାଲୋରୀ ଶରୀରକୁ ଶକ୍ତି ପ୍ରଦାନ କରିଥାଏ।