PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ମେଡିକାଲ ଫର୍ମାସିଷ୍ଟଙ୍କୁ ଆକ୍ରମଣ ଘଟଣା, ୨ ଯୁବକ ଗିରଫ

ବାଣପୁର, ୦୫/୦୨ : ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଗଣ୍ଡଗୋଳ କରି ମେଡିକାଲ ଫର୍ମାସିଷ୍ଟଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା। ବନ୍ଧା ହେଲେ ଦୁଇ ଯୁବକ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ପୋଲିସ ସୂଚନା ମୁତାବକ, ଶନିବାର ରାତିରେ ଆୟୁଷ୍ମାନ ବେହେରା ଓ ସିଦ୍ଧାନ୍ତ ପରିଡ଼ା ନାମକ ଦୁଇ ଯୁବକ ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ବାଣପୁର ମେଡିକାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଏବଂ ଫାର୍ମାସିଷ୍ଟଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଗାଳିଗୁଲଜ କରିଥିଲେ। ଏପରିକି ପରବର୍ତ୍ତୀ ସମୟରେ ଫର୍ମାସିଷ୍ଟ ପ୍ରମୋଦ ଦେହୁରୀଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ। ଫଳରେ ପ୍ରମୋଦ ଦେହୁରୀ ଆହତ ହୋଇ ମେଡିକାଲ ଅଧିକାରୀଙ୍କ ପରାମର୍ଶ କ୍ରମେ ବାଣପୁର ଥାନାରେ ଏତଲା ଦେଇଥିଲେ। ଏହାକୁ ଆଇଆଇସି ଜୟପ୍ରକାଶ ପରିଡ଼ା ଗୁରୁତର ସହ ନେଇ ସଙ୍ଗେସଙ୍ଗେ ଫୋର୍ସ ନେଇ ବାଣପୁର ମେଡିକାଲରେ ପହଞ୍ଚି ଦୁଇ ଯୁବକଙ୍କୁ ଗିରଫ କରିଥିଲେ। ଉଭୟଙ୍କ ବିରୁଦ୍ଧରେ କେସ ନମ୍ବର ୬୨/୨୩ରେ ମାମଲା ରୁଜୁ କରାଯାଇଥିବା ବେଳେ ଆଇପିସିର ଧାରା ୨୯୪, ୩୦୭, ୩୨୩, ୩୩୨, ୩୪୧, ୩୫୩, ୫୦୬ ଏବଂ ୩୪ ଆଦି ଲାଗିଥିବାର ଜଣାପଡିଛି l ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ l

ସୂଚନା ଥାଉକି ବାଣପୁର ମେଡିକାଲ ପରିସରରେ ବହୁ ଥର ଏପରି ଆକ୍ରମଣ ଘଟଣା ଘଟୁଥିଲେ ମଧ୍ୟ ମେଡିକାଲ ପକ୍ଷରୁ ଦୟା ମନୋଭାବ ଦେଖାଇ ଏତଲା ଦିଆଯାଉନଥିଲା l ତେବେ ଉକ୍ତ କାର୍ଯ୍ୟ ସମାଜରେ କେବେବି ଗ୍ରହଣୀୟ ନୁହେଁ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି କହିଛନ୍ତି l ଆଇଆଇସିଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି l