PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଆରମ୍ଭ ହେବ ବନାୟନ ପ୍ରକଳ୍ପ, ଉପକୃତ ହେବେ ୧୫୦ ଗ୍ରାମର ଅଧିବାସୀ

ଢେଙ୍କାନାଳ,୨୨ା୧(ଆପ୍ର): ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ବାର୍ଷିକ ସମୀକ୍ଷା ବୈଠକ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ତଥା ପିସିସିଏଫ୍‌ ଲଳିତ କୁମାର ତିୱାରୀ ବିଭାଗର କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ସହ ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ୧୫୦ଟି ଗ୍ରାମରେ ଅଣୁଯୋଜନା ମାଧ୍ୟମରେ ଖୁବ୍‌ଶୀଘ୍ର ବନାୟନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି । ଏଥିରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ହେବା ସହ ବନ ସୁରକ୍ଷା ସମିତି ସଦସ୍ୟ/ସଦସ୍ୟାମାନଙ୍କର ସର୍ବାଙ୍ଗୀନ ବିକାଶ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ଆୟୋଜିତ ଫଟୋ ପ୍ରଦର୍ଶନୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଖୋଲାଯାଇଥିବା ଷ୍ଟଲ୍‌କୁ ପିସିସିଏଫ୍‌ ଶ୍ରୀ ତିୱାରୀ ଉଦ୍‌ଘାଟନ କରିଥିଲେ । ସମୀକ୍ଷା-୨୦୧୮ ପୁସ୍ତିକା ଓ ତଥ୍ୟ ପୁସ୍ତିକାକୁ ସେ ଉନ୍ମୋଚନ କରିଥିଲେ । ଅନୁଗୁଳ ସର୍କଲର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଅତିରିକ୍ତ ପିସିସିଏଫ୍‌ ଡଃ ସୁଦର୍ଶନ ପଣ୍ଡା କହିଲେ, ବନସୁରକ୍ଷା ସମିତି ଜରିଆରେ ଗ୍ରାମବାସୀମାନଙ୍କର ସର୍ବାଙ୍ଗୀନ ଉନ୍ନତି କରାଯିବ । ଏହି ପ୍ରକଳ୍ପ ମାଧ୍ୟମରେ ବନସୁରକ୍ଷା ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ମୂତୟନ କରାଯାଇଛି । ଓଡିଶାରେ ଜମି ବ୍ୟବହାର ଯୋଜନା ହେଉନଥିବାରୁ ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କର ଉପଦ୍ରବ ବୃଦ୍ଧି ପାଉଛି । ପ୍ରକୃତି ଓ ପରିବେଶ ଠିକ୍‌ ରହିଲେ ଆମ୍ଭେ ଠିକ୍‌ ରହିବା ବୋଲି ସେ କହିଥିଲେ । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସମୀକ୍ଷା ବୈଠକରେ ଯୋଗଦେଇ ସମସ୍ତଙ୍କର ସହଯୋଗ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ଏବଂ ଜଙ୍ଗଲ ପ୍ରାଣୀମାନଙ୍କର ସୁରକ୍ଷା ସମ୍ଭବ ବୋଲି କହିଥିଲେ । ଢେଙ୍କାନାଳ ଜିଲ୍ଲାରେ ବଡ ବଡ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାରୁ ଜଙ୍ଗଲ ବିଭାଗର ସହଯୋଗ ଅତ୍ୟନ୍ତ ଅପରିହାର୍ଯ୍ୟ । ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କର ପୂର୍ଣ୍ଣ ସହଯୋଗ ଦ୍ୱାରା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ସେ ଆଶାପ୍ରକଟ କରିଥିଲେ । ଜିଲ୍ଲାରେ ହାତୀ ଉପଦ୍ରବ ଜୋରସୋର ବୃଦ୍ଧି ପାଇଛି । ଏହାକୁ ନିୟନ୍ତ୍ରଣ କରିବା ବନବିଭାଗ କର୍ମଚାରୀଙ୍କ ପାଇଁ ବଡ ଆହ୍ୱାନ ବୋଲି ଢେଙ୍କାନାଳ ଏସପି ସନ୍ତୋଷ କୁମାର ନାୟକ କହିଥିଲେ ।
ଡିଏଫ୍‌ଓ ତଥା ଜିଲ୍ଲା ପରିଚାଳନା ୟୁନିଟ୍‌ର ମୁଖ୍ୟ ସୁଦର୍ଶନ ପାତ୍ର ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ପ୍ରଗତି ସଂପର୍କରେ ସମୀକ୍ଷା ପାୱାର ପଏଣ୍ଟ୍‌ ଉପସ୍ଥାପନା କରିଥିଲେ । ଓଡିଶାର ୧୨ ଗୋଟି ଆଞ୍ଚଳିକ ବନଖଣ୍ଡ ମଧ୍ୟରୁ ଢେଙ୍କାନାଳ ବନଖଣ୍ଡରେ ଉଜୁଡା ଜଙ୍ଗଲଗୁଡିକରେ ବନୀକରଣ ଏବଂ ସେ ଅଞ୍ଚଳର ଅଧିବାସୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ଢେଙ୍କାନାଳ ବନଖଣ୍ଡର ୮ଟି ରେଞ୍ଜ୍‌ ମଧ୍ୟରୁ ସମସ୍ତ ରେଞ୍ଜ୍‌ ଅଧିନରେ ବନସୁରକ୍ଷା ସମିତିଗୁଡିକ ମାଧ୍ୟମରେ ବନସୁରକ୍ଷା ସହ ସେହି ଅଞ୍ଚଳର ଅଧିବାସୀମାନଙ୍କର ସାମଗ୍ରିକ ବିକାଶ କରାଯାଉଛି ବୋଲି ସେ କହିଥିଲେ । ୧୧୫୯ ହେକ୍ଟର ପରିମିତ ଅଞ୍ଚଳରେ ୨୫ ଗୋଟି ବନସୁରକ୍ଷା ସମିତି ମାଧ୍ୟମରେ ଢେଙ୍କାନାଳ ବନଖଣ୍ଡର ଉଜୁଡା ଜଙ୍ଗଲ ବନୀକରଣ ସଂପାଦନ ହୋଇପାରୁଛି । ପ୍ରତି ବନସୁରକ୍ଷା ସମିତି ପାଇଁ କୋଠା ନିର୍ମାଣ, ମାଗଣା ସ୍ୱାସ୍ଥ୍ୟ ଶିବିର ଆଦି କାର୍ଯ୍ୟ ଚାଲୁ ରହିଛି ବୋଲି ସେ କହିଥିଲେ । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମିନତୀ ନାୟକ ଯୋଗଦେଇ ଜଙ୍ଗଲ ବୃଦ୍ଧି ଓ ଏହାର ରକ୍ଷଣାବେକ୍ଷଣ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, କୃଷି ଉପନିର୍ଦ୍ଦେଶକ ଛବିନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏସ୍‌ଏମ୍‌ଏସ୍‌ ଅମୀୟ ରଞ୍ଜନ ପରିଡା ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହକାରୀ ବନସଂରକ୍ଷକ ଜିତେନ୍ଦ୍ର ନାଥ ଦାସ ଧନ୍ୟବାଦ ଦେଇଥିଲେ ।