ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ହିଂସା ବେଳେ ଜେଲ୍‌ରୁ ଖସି ପଳାଇଲେ ୨୭୦୦ କଏଦୀ, ଏବେ ଯାଏଁ ୭ ଶହ ଜଣଙ୍କ ମିଳୁନି ସନ୍ଧାନ...

Published By : Ladu Kishor | August 27, 2025 5:32 PM

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ବାଂଲାଦେଶର ଜେଲରୁ ୨୭୦୦ ରୁ ଅଧିକ କଏଦୀ ଫେରାର ହୋଇଯାଇଛନ୍ତି। ଏଥି ମଧ୍ୟରୁ ପ୍ରାୟ ୭୦୦ କଏଦୀ କିଛି ମାସ ବିତିବା ପରେ ମଧ୍ୟ ଏବେ ଯାଏଁ ଫେରି ନାହାନ୍ତି। ଏହା ଜେଲ ପ୍ରଶାସନର ନିଦ ହଜାଇ ଦେଇଛି। ପଳାୟନ କରିଥିବା କଏଦୀ ମାନଙ୍କ ମଧ୍ୟରେ ଭୟଙ୍କର ଆତଙ୍କବାଦୀ ଏବଂ ହାର୍ଡକୋର୍ ଅପରାଧୀ ମଧ୍ୟ ଅଛନ୍ତି ।  

ବାଂଲାଦେଶର ଜେଲ ବ୍ୟବସ୍ଥା ସମ୍ପର୍କରେ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଦେଶର ସର୍ବୋଚ୍ଚ ଜେଲ ଅଧିକାରୀ କହିଛନ୍ତି ଯେ, ଜୁଲାଇ ୨୦୨୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଆରମ୍ଭ ହୋଇଥିବା ବ୍ୟାପକ ପ୍ରତିବାଦ ଏବଂ ହିଂସା ସମୟରେ ପ୍ରାୟ ୨୭୦୦ କଏଦୀ ବିଭିନ୍ନ ଜେଲରୁ ପଳାୟନ କରିଥିଲେ, ଯେଉଁଥିରୁ ପ୍ରାୟ ୭୦୦ କଏଦୀ ଏପର୍ଯ୍ୟନ୍ତ ଧରାପଡ଼ି ନାହାଁନ୍ତି। ଏହି ସୂଚନା ବାଂଲାଦେଶର ଜେଲ ମହାନିରୀକ୍ଷକ (ଆଇଜି ଜେଲ) ବ୍ରିଗେଡିୟର ଜେନେରାଲ ସୟଦ ମୁତାହର ହୁସେନ ମଙ୍ଗଳବାର ଦେଇଛନ୍ତି।

ହୁସେନ କହିଛନ୍ତି ଯେ, ପଳାୟନ କରିଥିବା କଏଦୀ ମାନଙ୍କ ମଧ୍ୟରୁ ଅନେକଙ୍କୁ ବହୁତ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏଥିରେ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବା ଅପରାଧୀ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ଏହା ବ୍ୟତୀତ, ଏହି ପଳାୟନ କଏଦୀ ମାନଙ୍କ ମଧ୍ୟରେ ଅନେକ ଇସଲାମିକ ଆତଙ୍କବାଦୀ ମଧ୍ୟ ଅଛନ୍ତି। 

ଗତ ବର୍ଷ ଜୁଲାଇରେ ସାରା ଦେଶରେ ଦେଖାଦେଇଥିବା ପ୍ରତିବାଦ ଏବଂ ରାଜନୈତିକ ଅସ୍ଥିରତା ମଧ୍ୟରେ ଅନେକ ଜେଲରେ ସୁରକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହି ବିଶୃଙ୍ଖଳାର ସୁଯୋଗ ନେଇ ହଜାର ହଜାର କଏଦୀ ଜେଲରୁ ଖସି ପଳାଇଥିଲେ। ଏହି ପରିସ୍ଥିତି ବାଂଲାଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଜେଲ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥାଏ। ଏନେଇ ଅଧିକାରୀ ଜଣକ କହିଛନ୍ତି ଯେ, ଶହ ଶହ କଏଦୀ ଏବେ ବି ଜେଲ ବାହାରେ ଅଛନ୍ତି ଏବଂ ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.