ଜୀବନ ହରାଇଲେ ଆଉ ଜଣେ ହିନ୍ଦୁ...
ସଂଘବଦ୍ଧ ଆକ୍ରମଣରେ ହୋଇଛି ହତ୍ୟା ...
ପୋଲିସ ଆଣିଲା ଅଜବ ଦାବି...
ନୂଆଦିଲ୍ଲୀ : ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ପରିଚୟ ଅମୃତ ମଣ୍ଡଳ ଓରଫ ସମ୍ପାଟ ବୋଲି ଜଣାପଡିଛି । ରାଜବାଡ଼ିର ପାଙ୍ଗସା ଅଞ୍ଚଳରେ ଦାଦାବଟି ଆଦାୟକୁ ଭିତ୍ତିକରି ଲୋକମାନେ ପିଟିପିଟି ଏହି ଯୁବକଙ୍କୁ ହତ୍ୟା କରିଛନ୍ତି ବୋଲି ପୋଲିସ ଦାବି କରିଛି ।
ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପୋଲିସ କହିଛି ଯେ, ଗତକାଲି (ବୁଧବାର) ଦିନ ଗାଁ ଲୋକମାନେ ତାଙ୍କୁ ଆକ୍ରମଣ କରିଥିଲେ, ଯାହା ଫଳରେ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସମ୍ରାଟଙ୍କ ସହଯୋଗୀ ମହମ୍ମଦ ସଲିମଙ୍କୁ ଅଟକ ରଖିଛି ଏବଂ ଏକ ପିସ୍ତଲ ସମେତ ଅସ୍ତ୍ରଶସ୍ତ୍ର ଜବତ କରିଛି ।
ପୋଲିସ ଅନୁଯାୟୀ, ଅମୃତ ମଣ୍ଡଳ ସମ୍ରାଟ ବାହିନୀ ନାମକ ଏକ ସଂଗଠନ ଗଠନ କରି ଆଖପାଖ ଅଞ୍ଚଳରେ ଦାଦାବଟି ଆଦାୟ କରିଥିଲେ ବୋଲି ଅଭିଯୋଗ ହୋଇଛି । ସେ ଆୱାମୀ ଲିଗ୍ ସରକାର ସମୟରେ ଭାରତ ପଳାଇ ଆସିଥିଲେ ଏବଂ ସମ୍ପ୍ରତି ବାଂଲାଦେଶ ଫେରି ଆସିଥିଲେ। ପୋଲିସ କହିଛି ଯେ, ତାଙ୍କ ବିରୁଦ୍ଧରେ ହତ୍ୟା ସମେତ ଦୁଇଟି ମାମଲା ରୁଜୁ ହୋଇଛି । ସ୍ଥାନୀୟ ଲୋକମାନେ ପୋଲିସକୁ କହିଛନ୍ତି ଯେ ସମ୍ରାଟ ଏକ ଅପରାଧୀ ଦଳ ଚଲାଇଥିଲେ । ଅମୃତ ମଣ୍ଡଳ ସେହି ଗ୍ରାମର ଥିଲେ ଯେଉଁଠାରେ ତାଙ୍କୁ ହତ୍ୟା କରାଯାଇଛି ।
ପୋଲିସ କ’ଣ କହିଛି ?
ରିପୋର୍ଟ ଅନୁଯାୟୀ, ଗାଁ ଲୋକେ କହିଛନ୍ତି,"ଅମୃତ ମଣ୍ଡଳ ହୁସୈନଦାଙ୍ଗାର ପୁରୁଣା ବଜାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ବଟି ଦାବି କରିଥିଲେ। କିନ୍ତୁ ସେ ଟଙ୍କା ଦେବାକୁ ମନା କରିବାରୁ, ସମ୍ରାଟ ବାହିନୀର ଅନ୍ୟ ସଦସ୍ୟ ମାନେ ଡିସେମ୍ବର ୨୪ ତାରିଖରେ ତାଙ୍କ ଘରେ ପ୍ରବେଶ କରିଥିଲେ। ପରିବାରର ମୁଖ୍ୟଙ୍କୁ ନ ପାଇ ସେମାନେ ତାଙ୍କ ପୁଅକୁ ମାଡ଼ ମାରିବା ଆରମ୍ଭ କରିଥିଲେ। ପରିବାର ସଦସ୍ୟ ମାନେ 'ଚୋର, ଚୋର' ବୋଲି ଚିତ୍କାର କରିବା ପରେ ଗାଁ ଲୋକେ ଏକାଠି ହୋଇ ସମ୍ରାଟଙ୍କୁ ମାଡ଼ ମାରିଥିଲେ। ତାଙ୍କର ଜଣେ ସାଥୀକୁ ଗିରଫ କରାଯାଇଥିଲା।"ପୁଲିସ୍ ଗୁରୁତର ଅବସ୍ଥାରେ ଅମୃତ ମଣ୍ଡଳଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହା ସହ ପଢନ୍ତୁ : ଶୋଇବା ଶେଯରୁ ଟିକେ ଘୁଞ୍ଚିବାରୁ ଦଶ ମହଲାରୁ ଖସି ପଡିଲେ ବୃଦ୍ଧ,ଆଠ ମହଲାରେ ଲାଖି ଝରକାରେ ଝୁଲିଲେ ଓଲଟା, ଜୀବନ ତ’ ବଞ୍ଚିଗଲା, ହେଲେ…