• ଉସ୍ମାନ ହାଦିଙ୍କ ହତ୍ୟା ମାମଲାରେ ନୂଆ ମୋଡ
  • ବାଂଲାଦେଶର ସୁରକ୍ଷା ଏଜେନ୍ସି ଉପରେ ଉଠିଲା ପ୍ରଶ୍ନ
  • ହତ୍ୟାକାରୀ ଭାରତରେ ଥିବାର ଦାବି କରୁଥିଲା ବାଂଲାଦେଶ
  • ହାଦିଙ୍କ ହତ୍ୟାକାରୀ ମସୁଦ ଦୁବାଇରେ ଥିବାର ଜଣାପଡ଼ିଛି

ନୂଆଦିଲ୍ଲୀ : ବାଂଲାଦେଶର ଚର୍ଚ୍ଚିତ ଛାତ୍ର ନେତା ଶରିଫ୍ ଉସ୍ମାନ ହାଦିଙ୍କ ହତ୍ୟା ମାମଲାରେ ଏକ ଏମିତି ସଙ୍ଗୀନ ମୋଡ ସାମ୍ନାକୁ ଆସିଛି, ଯାହାକି ବାଂଲାଦେଶୀ ସୁରକ୍ଷା ଏଜେନ୍ସିର ଦାବି ଉପରେ ପ୍ରଶ୍ନ ଠିଆ କରି ଦେଇଛି। ମାମଲାର ମୁଖ୍ୟ ଅଭିଯୁକ୍ତ ଓ ବାଂଲାଦେଶର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଫୈସଲ କରିମ ମସୁଦର ଆଡ୍ଡାର ଠିକଣା ମିଳି ଯାଇଛି। ବାଂଲାଦେଶ ଦ୍ୱାରା ପୂର୍ବରୁ ଦାବି କରାଯାଇଛି ଯେ, ସେ ଭାରତରେ ଲୁଚିଛି, କିନ୍ତୁ ଏବେ ଯେଉଁ କଥା ସାମ୍ନାକୁ ଆସିଛି, ଏହା ମୁତାବିକ, ସେ ଦୁବାଇରେ ଅଛି।

ଗତ ଦିନରେ ଢାକା ମହାନଗର ପୁଲିସ (ଡିଏମପି)ର ଅତିରିକ୍ତ ଆୟୁକ୍ତ ଏସ୍.ଏନ.ନଜମୁଲ ଇସଲାମ୍ ଦାବି କରି ଥିଲେ ଯେ, ଫୈସଲ ମସୁଦ ଓ ତାର ସାଥି ଆଲମଗିର ଶେଖ୍ ମେଘାଳୟର ରାସ୍ତାରେ ଭାରତ ଫେରାର ହୋଇଛି। ହେଲେ ସିଏନଏନ-ନ୍ୟୁଜ୍ ୧୮ ନିଜର ଏକ ରିପୋର୍ଟରେ କିଛି କାଗଜପତ୍ର ଓ ଏକ ଭିଡ଼ିଓ ଅନୁସାରେ ଏହି ଦାବିକୁ ସଂପୂର୍ଣ୍ଣ ଓଲଟାଇ ଦେଇଛି।

ଏହାସହ ମଧ୍ୟ ପଢନ୍ତୁ : ବାଂଲାଦେଶରେ ୩ୟ ଘଟଣା , ଆଉ ଜଣେ ହିନ୍ଦୁ ଯୁବକଙ୍କୁ ଗୁଳି କରି ହତ୍ୟା

ମସୁଦ ନିକଟରେ ସଂଯୁକ୍ତ ଆରବ ଏମିରେଟ୍ (ୟୁଏଇ)ର ପାଞ୍ଚ ବର୍ଷର ମଲ୍ଟିପଲ-ଏଣ୍ଟ୍ରି ଭିସା ଅଛି, ଯାହା ଡିସେମ୍ୱର ୨୦୨୨ରେ ଜାରି କରାଯାଇ ଥିଲା। ବର୍ତ୍ତମାନ ସେ ଦୁବାଇରେ ଏକ ଲଙ୍ଗ୍-ଟର୍ମ ଟୁରିଜିମ୍ ଭିସାରେ ରହୁଛି।

ଦୁବାଇରୁ ଜାରି ଏକ ଭିଡ଼ିଓ ବାର୍ତ୍ତାରେ ଫୈସଲ ମସୁଦ ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଏହି ପୂରା କାର୍ଯ୍ୟକୁ ରାଜନୀତିକ ଷଡ଼ଯନ୍ତ୍ର ସାବ୍ୟସ୍ତ କରିଛି। ମସୁଦ ଦାବି କରିଛି ଯେ,ହାଦିଙ୍କର ହତ୍ୟା ପଥରେ ନିଜେ ଜମାତ୍-ଇସଲାମୀର ହାତ ଥାଇ ପାରେ। ସେ କହିଛି ,ହାଦି ନିଜେ ଜମାତର ହିଁ ପ୍ରଡକ୍ଟ ଏହା ଏହା ଅସମ୍ଭବ ଯେ, ଜମାତର କୌଣସି ଏଲିମେଣ୍ଟ ଏହି ହତ୍ୟାକାଣ୍ଡ ଘଟାଇ ଥିବ। ମୋତେ ଓ ମୋର ପରିବାରକୁ ସଂପୃକ୍ତ କରାଯାଉଛି।

ମସୁଦ ସ୍ୱୀକାର କରିଛି ଯେ,ତାର ହାଦି ସହ ପେଶାଦାର ଓ ରାଜନୀତିକ ସଂପର୍କ ଥିଲା , କାରଣ ସେ ଏକ ଆଇଟି ଫାର୍ମର ମାଲିକ । ସେ କହିଛି ଯେ, ସେ ହାଦିକୁ ରାଜନୀତିକ ଚାନ୍ଦା ବି ଦେଇଥିଲା, ଯାହା ବଦଳରେ ହାଦି ତାକୁ ସରକାରୀ ଠିକା (ସରକାରୀ କଣ୍ଟ୍ରାକ୍ଟ) ଦେବାକୁ ଦାବି କରିଥିଲା।

ଉକ୍ତ ଖୁଲାସା ପରେ ବାଂଲାଦେଶୀ ମିଡ଼ିଆ ଓ ପୁଲିସର ଥିଓରୀ ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ଦାବି କରିଥିଲା ଯେ, ମସୁଦ ମୟମନସିଂହର ସୀମାରେ ଭାରତକୁ ପଶିଥିଲା, ହେଲେ ସେ ଦୁବାଇରେ ସୁରକ୍ଷିତ ଅଛି। ମସୁଦ ଦ୍ୱାରା ଜମାତ-ଏ-ଇସଲାମୀର ନାମ ନେବାରେ ବାଂଲାଦେଶର ଅନ୍ତରୀଣ ରାଜନୀତିରେ ଭୂକମ୍ପ ଆସିବାର ସମ୍ଭାବନା ଅଛି, ଯେଉଁଠି ହାଦିଙ୍କ ମୃତ୍ୟୁ ପରେ ପୂର୍ବରୁ ହିଁ ପ୍ରବଳ ହିଂସା ଓ ବିରୋଧ ପ୍ରଦର୍ଶନ ଜାରି ରହିଛି।

ଏହାସହ ମଧ୍ୟ ପଢନ୍ତୁ : ତୁର୍କୀ ଠାରୁ ସିରିଟ ଲେଜର କିଣିବାକୁ ଯାଉଛି ବାଂଲାଦେଶ , ଭାରତ ଉପରେ ପଡ଼ିବ କି ପ୍ରଭାବ ?

ଉଲ୍ଲେଖନୀୟ ଯେ, ଇସ୍ମାନ ହାଦି ‘ଇଙ୍କଲାବ ମଞ୍ଚ’ର ପ୍ରବକ୍ତା ଓ ଜଣେ ପ୍ରଭାବଶାଳୀ ଯୁବ ନେତା ଥିଲେ, ଯାହାଙ୍କର ୧୨ ଡିସେମ୍ୱରରେ ଢାକାରେ ଗୁଳି କରି ହତ୍ୟା କରିଦିଆ ଯାଇଥିଲା। ଯାହାଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଭାରତ ବିରୋଧୀ ଭାବନା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇ ଥିଲା ଏବଂ କଟ୍ଟରପନ୍ଥୀ ସଙ୍ଗଠନମାନେ ଅଭିଯୋଗ କରିଥିଲେ ଯେ, ହତ୍ୟାକାରୀ ଭାରତର ସଂରକ୍ଷଣରେ ଅଛି। ଏବେ ମସୁଦ ଦୁବାଇରେ ଥିବା ଜଣାପଡ଼ିବା ପରେ ଏହି ସବୁ ଅଭିଯୋଗ ଭିତ୍ତିହୀନ ସାବ୍ୟସ୍ତ ହେବାର ନଜର ଆସୁଛି।