PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ବାଂଲାଦେଶ କ୍ରିକେଟ ଟିମର ନୂଆ କୋଚ୍ ନିଯୁକ୍ତ

ନୁଆଦିଲ୍ଲୀ ୨୮/୭: ବିଶ୍ୱ କପ ୨୦୧୯ ପରେ ବିଶ୍ୱର ସବୁ କ୍ରିକେଟ ଟିମରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏବେ ଟିମର କୋଚ୍ ମଧ୍ଯ ବଦଳିବାରେ ଲାଗିଛନ୍ତି । କିଛି ଟିମରେ କ୍ୟାପ୍ଟେନ୍ ମଧ୍ଯ ବଦଳିଗଲେଣି ଏବଂ କିଛି ଖେଳାଳୀ ଟିରାୟର ମଧ୍ଯ ହୋଇଗଲେଣି । ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଗଲାଣି । ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ବାଂଲାଦେଶ ଟିମର ଅବସ୍ଥା ମଧ୍ଯ କିଛି ସେହିଭଳି ଅଛି । ଏବେ ଟିମ ପାଇଁ ସାଉଥ୍ ଆଫ୍ରିକାର ପୂର୍ବତମ ବୋଲର ଚାର୍ଲ ଲେଙ୍ଗୱେଲ୍ଟ ଓ ନ୍ଯୁଜିଲାଣ୍ଡର ପୂର୍ବତନ ସ୍ପିନର ଡେନିୟଲ ଭିଟୋରୀ କୋଚିଂ କରୁଥିବା ନଜର ଆସିବେ ।

ବାଲାଂଦେଶ କ୍ରିକେଟ୍ ବୋର୍ଡ ବିସିବି ଲେଙ୍ଗୱେଲ୍ଟ ଓ ଭିଟୋରୀଙ୍କୁ କ୍ରମଶଃ ସ୍ପିଡ୍ ବୋଲର୍ ଓ ସ୍ପିନ୍ ବୋଲରଙ୍କୁ କୋଚ୍ ଭାବେ ନିଯୁକ୍ତ କରିଛନ୍ତି । ଲେଙ୍ଗୱେଲ୍ଟ ୨ ବର୍ଷ ପାଇଁ କୋଚ୍ ଭାବେ ଚୟନ ହୋଇଛନ୍ତି । ଭିଟୋରୀ ଆଗାମୀ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱ କପ ପର୍ୟ୍ୟନ୍ତ ଟିମର କୋଚ୍ ରହିବେ । କୋଚ୍ କର୍ଟନୀ ୱାଲ୍ଶଙ୍କ କାର୍ଯ୍ୟକାଳ ବିଶ୍ୱକପ ସହିତ ସମାପ୍ତ ହୋଇଯାଇଛି ।  ଏବେ ତାଙ୍କ ସ୍ଥାନରେ ଲେଙ୍ଗୱେଲ୍ଟ ନେବେ, ଲେଙ୍ଗୱେଲ୍ଟ ଏହା ପୂର୍ବରୁ ସାଉଥ୍ ଆଫ୍ରିକା ଓ ଆଫଗାନିସ୍ଥାନର କୋଚ୍ ରହିସାରିଛନ୍ତି । ୪୪ ବର୍ଷୀୟ ୱେଙ୍ଗୱେଲ୍ଟ ବାଂଲାଦେଶର ଫୁଲ୍ ଟାଇମ୍ କୋଚ୍ ରହିବେ ।

ଭିଟୋରୀ ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱ କପ ପର୍ଯ୍ୟନ୍ତ ବାଂଲାଦେଶ ଟିମ ସହିତ ରହିବେ । ଚଳିତ ବର୍ଷ ଭାରତ ଗସ୍ତ ସମୟରେ ବାଂଲାଦେଶ ଟିମ ସହିତ ରହିବେ । ୨୦୧୫ରେ ରିୟାଟର ହୋଇଥିବା ଭିଟୋରୀ ଆଇପିଏଲରେ ରୟଲ ଚାଲେଞ୍ଜର୍ସ ବେଙ୍ଗାଲୋରକୁ କୋଚିଂ ଦେଇସାରିଛନ୍ତି । କହିରଖୁଛୁ ବାଂଲାଦେଶ ଟିମ ଏହି ବିଶ୍ୱ କପରେ ୯ରୁ ୩ ମ୍ଯାଚ୍ ଜିତ୍ ପଏଣ୍ଟ ତାଲିକାରେ ୮ମ ସ୍ଥାନରେ ଥିଲା । ତେବେ ଶେଷ ୨ ମ୍ୟାଚରେ ହାରିଯିବାରୁ ସେମିଫାଇନାଲରେ ସ୍ଥାନ ବନାଇପାରିନଥିଲା ଟିମ୍ ।