ନୂଆଦିଲ୍ଲୀ, ୨୨/୧ : ଟି-୨୦ ବିଶ୍ବକପ ୨୦୨୬ରୁ ବାଦ୍ ପଡ଼ିଛି ବାଲାଂଦେଶ । ଭାରତରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ବିସିବିକୁ ୨୪ ଘଣ୍ଟାର ମହଲତ ଦେଇଥିଲା ଆଇସିସି । ତେବେ ଗୁରୁବାର ଢ଼ାକାରେ ବିସିବି ଏବଂ ବାଂଲାଦେଶ ସରକାରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ନିଷ୍ପତ୍ତି ନିଷ୍ପତ୍ତି ନିଆଯାଇଛି କି, ବାଂଲାଦେଶୀ ଖେଳାଳି ଟି-୨୦ ବିଶ୍ବକପ ଖେଳିବାକୁ ଭାରତ ଯିବନି । ଏନେଇ ଆଇସିସିକୁ ଜଣାଇଛି ବିସିବି । ଏବେ ବାଂଲାଦେଶ ବାଦ୍ ପଡ଼ିବାକୁ ଯାଉଥିବାବେଳେ ସ୍କଟଲ୍ୟାଣ୍ଡ ଖେଳିବା ପାଇଁ ରାସ୍ତା ଫିଟିଛି । ପୂର୍ବରୁ ମଧ୍ୟ ଏନେଇ ଚର୍ଚ୍ଚା ହୋଇଥିଲା । ଯଦି ବାଂଲାଦେଶ ନଆସେ ତାହେଲେ ଏହି ଦଳକୁ ସୁଯୋଗ ଦିଆଯିବ ।
ICCକୁ ବାଂଲାଦେଶ ସମାଲୋଚନା
ବାଲାଂଦେଶ ସରକାର ଏବଂ ବିସିବି ମଧ୍ୟରେ ବୈଠକରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ନିଷ୍ପତ୍ତି ନିଆଗଲା କି, ଭାରତରେ ସେମାନେ ମ୍ୟାଚ୍ ଖେଳିବେ ନାହିଁ । ଆଇସିସିର ବିଫଳତା ପାଇଁ ଏମିତି ହେଉଛି ବୋଲି ବିସିବି କହିଛି । BCB ସଭାପତି କହିଛନ୍ତି, "ICC ଆମର ମ୍ୟାଚ୍ ଭାରତରୁ ସ୍ଥାନାନ୍ତର କରିନାହିଁ। ଆମେ ବିଶ୍ୱ କ୍ରିକେଟ୍ ବିଷୟରେ ଜାଣି ନାହୁଁ, ଏବଂ ଏହାର ଲୋକପ୍ରିୟତା ହ୍ରାସ ପାଉଛି । ICC ୨୦ କୋଟି ଲୋକଙ୍କୁ ନିରାଶ କରିଛି । କ୍ରିକେଟ୍ ଏବେ ଅଲିମ୍ପିକ୍ସକୁ ଯାଉଛି, କିନ୍ତୁ ଯଦି ଆମ ଭଳି ଦେଶ ସେଠାକୁ ଯାଉନାହିଁ, ତେବେ ଏହା ICCର ବିଫଳତା।" ବାଂଲାଦେଶ କ୍ରିକେଟ୍ ବୋର୍ଡ ସଭାପତି ଆହୁରି କହିଛନ୍ତି ଯେ ସେମାନେ ସେମାନଙ୍କର ଲଢ଼େଇ ଜାରି ରଖିବେ। ସେ ICC ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି ଯେ ICC ବୈଠକରେ ଭୁଲ ନିଷ୍ପତ୍ତି ନିଆଯାଇଛି। BCB ସଭାପତିଙ୍କ ଅନୁଯାୟୀ, ICC ବୈଠକରେ କେବଳ BCCIର ମତାମତ ବିଚାର କରାଯାଇଥିଲା।
ଏହାସହ ପଢ଼ନ୍ତୁ : କଥା ଦେଇ ରଖିଲାନି, ବାଂଲାଦେଶର ହାତ ଛାଡ଼ିଲା ପାକିସ୍ତାନ