PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ରାଜ୍ୟସ୍ତରୀୟ ବାଣିଜ୍ୟ ସମ୍ମିଳନୀ ଉଦ୍‌ଯାପିତ

ଯାଁଳା,୨୮ା୧(ଆ.ପ୍ର.): ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସାଙ୍ଗକୁ ବାଣିଜ୍ୟ ଶିକ୍ଷାକୁ କିପରି ଅଧିକ ପ୍ରୟୋଗାତ୍ମକ କରାଯାଇପାରିବ ସେଥିପ୍ରତି ବିଭାଗୀୟ ଅଧ୍ୟାପକଅଧ୍ୟାପିକାମାନେ ଦୃଷ୍ଟି ଦେବା ଉଚିତ ବୋଲି ମଦନପୁର ସ୍ଥିତ ନିସ୍‌ ଇନଷ୍ଟିଚ୍ୟୁଟ ଅଫ ବିଜିନେସ ଆଡ଼ମିନିଷ୍ଟ୍ରେସନ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାଣିଜ୍ୟ ସମ୍ମିଳନୀରେ ମତପ୍ରକାଶ ପାଇଛି । ଏହି ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ କୃପାସିନ୍ଧୁ ମିଶ୍ର, ସିକିମ ୟୁନିଭରସିଟିର ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ଅଭିଜିତ ଦତ୍ତ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଦାସ, ବିନୋଦ ଗୁପ୍ତା ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ ଖଡ଼ଗପୁର ପ୍ରଫେସର ଡକ୍ଟର ଚନ୍ଦ୍ରଶେଖର ମିଶ୍ର, ଫକୀର ମୋହନ ୟୁନିଭରସିଟିର ନିର୍ଦ୍ଦେଶକ ଡକ୍ଟର ଭଗବାନ ଦାସ, ବିଜିନେସ ଷ୍ଟାଣ୍ଡାର୍ଡର ବ୍ୟୁରୋଚିଫ ଦିଲ୍ଲିପ ଶତପଥୀ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ପ୍ରଫେସର ଡକ୍ଟର ସାବତ କୁମାର ଡିଗଲ, ଡକ୍ଟର ପ୍ରବୋଧ ହୋତା, ଡକ୍ଟର ଅନିଲ କୁମାର ସ୍ୱାଇଁ, ଡକ୍ଟର ମହେଶ୍ୱର ସାହୁ, ପୂର୍ବତନ ପିଜି କାଉନସିଲର ଅଧ୍ୟକ୍ଷ ଡକ୍ଟର ରଞ୍ଜନ କୁମାର ବଳ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡକ୍ଟର ସୁଭାଷ ଚନ୍ଦ୍ର ନାୟକ, ନିର୍ଦ୍ଦେଶକ ଶୃତିକାନ୍ତ ଦିକ୍ଷିତ, ଡେପୁଟି ଡାଇରେକ୍ଟର ପ୍ରଫେସର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଡିନ ଡକ୍ଟର ପ୍ରମୋଦ କୁମାର ପୃଷ୍ଟି, ଯୁଗ୍ମ ରେଜିଷ୍ଟ୍ରାର ପ୍ରଫେସର ଭବାନୀ ଶଙ୍କର ରଥ ବାଣିଜ୍ୟ ସମ୍ମିଳନୀ ଆୟୋଜନର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ରାଜ୍ୟସ୍ତରୀୟ ଏହି ବାଣିଜ୍ୟ ସମ୍ମିଳନୀରେ ସମଗ୍ର ରାଜ୍ୟର ବାଣିଜ୍ୟ ବିଭାଗର ତିନିଶହରୁ ଊଦ୍ଧ୍ୱର୍ ଅଧ୍ୟାପକଅଧ୍ୟାପିକା ଯୋଗଦେଇଥିଲେ ।