PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଭୋଟ ଦିନ ସରକାରୀ ଛୁଟି: ବ୍ୟାଙ୍କ, କୋର୍ଟ ବି ବନ୍ଦ

ଭୁବନେଶ୍ୱର,୮ା୪(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନ ଭୋଟ ଗ୍ରହଣ ଦିନଟିକୁ ସରକାର ଛୁଟି ଘୋଷଣା କରିଛନ୍ତି । ସରକାରୀ ଅଫିସ ଓ କୋର୍ଟ ବନ୍ଦ ରହିବ । ଏହାବ୍ୟତୀତ ନିଗୋସିଏବଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ ଆକ୍ଟ ଅନୁସାରେ ବ୍ୟାଙ୍କଗୁଡ଼ିକ ପାଇଁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ଯେଉଁ ଅଞ୍ଚଳରେ ଯେଉଁଦିନ ଭୋଟ ଗ୍ରହଣ ଅଛି ସେହି ଦିନଟି ପାଇଁ ହିଁ ସଂପୃକ୍ତ ଅଞ୍ଚଳରେ ଛୁଟି ଘୋଷଣା କରାଯାଇଛି । ଆଜି ଏନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆସନ୍ତା ୧୧ତାରିଖ ଗୁରୁବାର ଦିନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାନୁଷ୍ଠାନ, କୋର୍ଟ ଓ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୧୮ ତାରିଖ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଛୁଟି ମିଳିବ । ୨୩ ତାରିଖ ମଙ୍ଗଳବାର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ ଓ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ୨୯ ତାରିଖ ସୋମବାର କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଛୁଟି ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର