PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ଓଡ଼ିଶାରେ ଅକ୍ଷୟ ଶକ୍ତିକୁ ପ୍ରତିବନ୍ଧକ ବ୍ୟାଙ୍କ ଋଣ

source:news.energysage.com

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ଅକ୍ଷୟ ଶକ୍ତି ଉତ୍ପାଦନରେ ଅଗ୍ରଣୀ ରାଜ୍ୟ ହେବ ଓଡ଼ିଶା । ୨୦୨୨ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ପାଦନ ୨,୭୫୦ ମେଗାୱାଟ୍‌ ଛୁଇଁବ । ଏମିତି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । କିନ୍ତୁ ଏ କ୍ଷେତ୍ରକୁ ଋଣ ସହାୟତା ଯୋଗାଇବାକୁ ବ୍ୟାଙ୍କଗୁଡ଼ିକର ପଛଘୁଞ୍ଚା ସରକାରଙ୍କ ଲକ୍ଷ୍ୟ ପୂରଣରେ ପ୍ରତିବନ୍ଧକ ସାଜିଛି । ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ନିଜର ଏକ ସଦ୍ୟତମ ରିପୋର୍ଟରେ ଏହା କହିଛି ।
ନାବାର୍ଡ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଷ୍ଟେଟ୍‌ ଫୋକସ ରିପୋର୍ଟରେ କୁହାଯାଇଛି, ଅକ୍ଷୟ ଶକ୍ତି ଉôପାଦନ ପାଇଁ ବ୍ୟବହାର ହେଉଥିବା ଉପକରଣଗୁଡ଼ିକ ଦାମ୍‌ ଢେର୍‌ ଅଧିକ । ଏଣୁ ବ୍ୟାଙ୍କଗୁଡ଼ିକ ଏଭଳି ଉପକରଣ ପାଇଁ ଋଣ ଦେବାକୁ ଆଗ୍ରହ ଦେଖାଉନାହାନ୍ତି ।
ସେହିଭଳି ଓଡ଼ିଶାରେ ଅକ୍ଷୟ ଶକ୍ତି ବ୍ୟବହାର ଦ୍ୱାରା ମିଳିବାକୁ ଥିବା ଫାଇଦା ସମ୍ପର୍କରେ ସଚେତନତାର ଅଭାବ ରହିଛି । ଅକ୍ଷୟ ଶକ୍ତି କାର୍ଯ୍ୟକ୍ରମ ସମ୍ପ୍ରସାରଣ ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ବୈଷୟିକ ମାନବସମ୍ବଳ ବି ନାହାନ୍ତି । ଏହାବାଦ୍‌ ଅକ୍ଷୟ ଶକ୍ତି ଉପକରଣଗୁଡ଼ିକୁ ଠିକ୍‌ ଭାବେ ବିକ୍ରି ପରବର୍ତ୍ତୀ ସେବା ମିଳୁନାହିଁ । ଏଣୁ ରାଜ୍ୟର ଚାହିଦା ମୁତାବକ ଅକ୍ଷୟ ଶକ୍ତି କ୍ଷେତ୍ର ଆଗକୁ ବଢ଼ିପାରୁନାହିଁ ବୋଲି ଏହା ଦର୍ଶାଇଛି ।
ରିପୋର୍ଟ ଦର୍ଶାଇଛି ଯେ ସରକାରୀ ଆକଳନ ମୁତାବକ, ୨୦୧୮-୧୯ରେ ଓଡ଼ିଶାର ମୋଟ୍‌ ଶକ୍ତି ଚାହିଦା ୨୭,୫୦୦ ନିୟୁତ ୟୁନିଟ୍‌ ରହିବ । ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ନିୟମ ଅନୁଯାୟୀ, ଏଥିରେ ଅକ୍ଷୟ ଶକ୍ତି (ଉଭୟ ସୌର ଓ ଅଣସୌର) ୯.୫% ଅଂଶୀଦାର ହୋଇ ୧,୨୨୦ ମେଗାୱାଟ୍‌ ହେବା ଉଚିତ ।
କିନ୍ତୁ ସରକାରୀ ତଥ୍ୟ ମୁତାବକ, ଏବେ ଓଡ଼ିଶାର ଅକ୍ଷୟ ଶକ୍ତି ଉôପାଦନ କ୍ଷମତା ପ୍ରାୟ ୪୧୦ ମେଗାୱାଟ୍‌ ରହିଛି । ସେହିଭଳି ଏଥିରେ ଏକାକୀ ସୌର ଶକ୍ତି ୩୩୦ ମେଗାୱାଟ୍‌ ଅଂଶୀଦାର ରହିଛି ।
ଏପଟେ ୨୦୨୨ ସୁଦ୍ଧା ରାଜ୍ୟର ଅକ୍ଷୟ ଶକ୍ତି ଉôପାଦନକୁ ୨,୭୫୦ ମେଗାୱାଟ୍‌ରେ ପହଞ୍ଚାଇବାକୁ ସରକାର ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୧୬ରେ ଲକ୍ଷ୍ୟ ରଖିଛନ୍ତି । ସେଥିରେ ସୌରଶକ୍ତି ୨,୨୦୦ ମେଗାୱାଟ୍‌ ଅଂଶୀଦାର ରହିବାକୁ ଥିବା ବେଳେ ପବନଶକ୍ତି ୨୦୦ ମେଗାୱାଟ୍‌, କ୍ଷୁଦ୍ର ଜଳବିଦ୍ୟୁତ୍‌ ଉôପାଦନ ୧୫୦ ମେଗାୱାଟ୍‌, ବାୟୋମାସ୍‌ ୧୮୦ ମେଗାୱାଟ୍‌ ହେବ ବୋଲି ଆକଳନ କରାଯାଇଛି ।
ନାବାର୍ଡ କହିଛି, ସରକାରଙ୍କ ଏହି ଲକ୍ଷ୍ୟ ପୂରଣ ପାଇଁ ୨୦୧୯-୨୦ରେ ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରକୁ ୧୨୮ କୋଟି ଟଙ୍କାର ଋଣ ଆବଶ୍ୟକ । ସେଥିରୁ ବାୟୋଗ୍ୟାସ୍‌ ପାଇଁ ୧୫.୮୭ କୋଟି ଟଙ୍କା ଋଣ ଚାହିଦା ଥିବା ବେଳେ ସୌର ଶକ୍ତି ପାଇଁ ୯୫.୮୮ କୋଟି ଓ ଅନ୍ୟାନ୍ୟ ଅଣପାରମ୍ପରିକ ଶକ୍ତି ପାଇଁ ୧୬.୫୭ କୋଟି ଋଣ ଦରକାର ।
ରାଜ୍ୟରେ ଅକ୍ଷୟ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣ ପାଇଁ ବ୍ୟାଙ୍କଗୁଡ଼ିକ ନିଜସ୍ୱ ବିଲ୍ଡିଂକୁ ସୌରଶକ୍ତିଯୁକ୍ତ କରିବା ସହ ଆଗ୍ରହୀ ଋଣକର୍ତ୍ତାଙ୍କୁ ଚିହ୍ନଟ କରି ଆବଶ୍ୟକୀୟ ଆର୍ଥିକ ସହାୟତା ଯୋଗାଇବା ଉଚିତ ବୋଲି ଷ୍ଟେଟ୍‌ ଫୋକସ୍‌ ପେପରରେ ନାବାର୍ଡ ସୁପାରିସ କରିଛି । ସେହିଭଳି ସରକାର ଅକ୍ଷୟ ଶକ୍ତି ଉôପାଦନକୁ ପ୍ରୋତ୍ସାହିତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଏ ନେଇ ଯଥେଷ୍ଟ ସଚେତନତା ସୃଷ୍ଟି କରୁ ବୋଲି ନାବାର୍ଡ ପରାମର୍ଶ ଦେଇଛି ।