PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

୧୭ଟି ଋଣ ପ୍ରଦାନକାରୀ କମ୍ପାନି ଓ ବ୍ୟାଙ୍କକୁ ଚୂନ ଲଗାଇ ବିଦେଶ ଫେରାର ହେବାଲାଗି ଉଦ୍ୟମ କରୁଥିବା ୨ ଠକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ୨୭/୦୭; ମୁମ୍ବାର ୧୭ଟି ଋଣ ପ୍ରଦାନକାରୀ ଘରୋଇ କମ୍ପାନି ଓ ବ୍ୟାଙ୍କରୁ ଋଣ ନେଇ ଦେଶ ଛାଡି  ପଳାଇ ଲାଗି ଉଦ୍ୟମ କରୁଥିବା  ୨ଜଣ ଠକଙ୍କୁ ମୁ୍ମ୍ବାଇ କ୍ରଇମବ୍ରଞ୍ଚ ଗିରଫ କରିଛି । ଋଣ ଦେଉଥବା କମ୍ପାନିଠାରୁ ଲୋନ୍ ନେବା ପରେ ଏମାନେ ଋଣ ସୁଝୁନଥିଲେ । ଋଣ  ହ଼ଡପ ମାମଲର  ଖୋଳ ତାଡ ବେଳେ କ୍ରଇମବାଞ୍ଚ ଏହି ୨ ଠକଙ୍କୁ ଗିରଫ କରିଛିା

ଦୁଇ ଠକ ହେଲେ ମୁମ୍ବାଇ ମୁଲୁଣ୍ଡର ସୁଶାନ୍ତ ଆୟର୍‌(୨୯) ଏବଂ ମୀରା ରୋଡ୍‌ର ଚେତନ କାବା (୩୬) । ଏହି ଠକମାନେ ପୂର୍ବରୁ ବିଭିନ୍ନ ବ୍ୟାଙ୍କରେ ଲୋନ୍‌ ଏକଜୁକ୍ଟିବ ଭାବେ କାମ କରିଛନ୍ତି । ବ୍ୟାଙ୍କରେ କାମ କରିଥିବାବେଳେ ଋଣ ଲେଣ ଦେଣ ସମ୍ପର୍କରେ ସେମାନେ ଅଭିଜ୍ଞତା ହାସଲ କରିଥିଲେ ।  ନକଲି ଠିକଣା ଓ ଭୁଲ ଫୋନ୍‌ ନମ୍ବର ଦେଇ ଏମାନେ ବିଭିନ୍ନ ବ୍ୟାଙ୍କରୁ ଉଠାଉଥିବା ଜଣାପଡିଛି ।ସହରର ବିଭିନ୍ନ ଅଞ୍ଚଳରେ ଥିବା ୧୭ଟି ଋଣ ପ୍ରଦାନକାରୀ କମ୍ପାନୀ ଓ ବ୍ୟାଙ୍କରୁ ଋଣ ଉଠାଇ ସୁଝୁନଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ୨ଜଣ ଠକଙ୍କୁ ଗିରଫ କରିବା ପରେ କୋର୍ଟ ଚାଲଣ କରିଛି।

କ୍ରଇମବ୍ରଞ୍ଚର ସୂଚନା ଅନୁସାରେ ଏହି ଠକମାନେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆଇ.ଡି.ବି.ଆଇ , ଫୋଡ୍ରାଲ ବ୍ୟାଙ୍କ, ଟାଟା ହାଉସିଂ ପ୍ରାଇଭେଟ ଲିମିଟେଡ୍, ଆଦିତ୍ୟ ବିର୍ଲା କ୍ୟାପିଟାଲ, ଏଚ୍.ଡି.ଏଫ.ସି ଭଳି ବଡ ବ୍ୟାଙ୍କରୁ ମଧ୍ୟ ଚଞ୍ଚକତା କରି ଋଣ ଉଠାଇଛନ୍ତି ।

କେମିତି କରୁଥିଲେ ଠକେଇ

କ୍ରଇମବ୍ରଞ୍ଚର ରିପୋର୍ଟ ଅନୁସାରେ  ଠକମାନେ ମୁମ୍ବାଇରେ ଘର ଭଡା ନେଇ ସେହି ଠିକଣାରେ ଆଧାର କାର୍ଡ ଓ ଫୋନ୍‌ ନମ୍ବର ଅଣୁଥିଲେ। ପରେ ଏହି ନକଲି ଠିକଣା ଆଧାରରେ ଜମାଖାତା ଖୋଲି  ୩ରୁ ୪ମାସ ବ୍ୟବଧାନରେ ଋଣଲାଗି ଆବେଦନ କରିଥିଲେ। ଋଣ ମିଳିଗଲାପରେ ଦୁଇ ତିନି ମାସ ଋଣ କିସ୍ତି ପୈଠ କରି ସେହି ସ୍ଥାନ ଛାଡି ଚାଲିଯାଉଥିଲେ। ବ୍ୟାଙ୍କ ପାଖରେ ତାଙ୍କ ନକଲି ଠିକଣା ଓ ଫୋନ୍‌ ନମ୍ବର ଥିବାରୁ ଟଙ୍କା ଆଦାୟ ସମ୍ଭବ ହେଉନଥିଲା ।ଏହା ସୁଯେଗ ନେଇ ଠକ ମାନେ ବିଭିନ୍ନ ଋଣ ପ୍ରଦାନକାରୀ କମ୍ପାନିକୁ ଠକି ଚାଲୁଥିଲେ। ରିପୋର୍ଟ ଅନୁସାରେ ମୀରା ରୋଡ, କାଜୁମାର୍ଗ ଆଦି ଅଞ୍ଚଳରେ ସେମାନେ ଭଡା ଘର ନେଇଥିବା ଜଣାପଡିଛି।