PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଏକ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଙ୍କା ଗୁଳି ଚାଳନା କରି ୧୦ ଅଟକ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

ଅପ୍ରେଲ ୧ରୁ ବ୍ୟାଙ୍କ ଅଫ୍ ବରୋଦା ସହ ମିଶିଯିବ ଏହି ଦୁଇଟି ବ୍ୟାଙ୍କ

ନୂଆଦିଲ୍ଲୀ,୨୮।୩: ଆସନ୍ତା ୧ ଅପ୍ରେଲରେ ବ୍ୟାଙ୍କ  ଅଫ୍ ବରୋଦା(ବିଓବି)ରେ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ବିଲୟ ହେବାକୁ ଯାଉଛି। ଅର୍ଥାତ ଦେନା ଓ ବିଜୟା ବ୍ୟାଙ୍କର ଗ୍ରାହକଙ୍କ ବ୍ୟାଙ୍କ ଖାତା ଏବେ ବ୍ୟାଙ୍କ ଅଫ୍ ବରୋଦାକୁ ଟ୍ରାନ୍ସଫର ହୋଇଯିବ। ବ୍ୟାଙ୍କ ଅଫ ବରୋଦାରେ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ ମିଶିବା ପୂର୍ବରୁ ସରକାର ବ୍ୟାଙ୍କ ଅଫ ବରୋଦାରେ ୫.୦୪୨ କୋଟି ଟଙ୍କା ଜମା କରିବେ। ଏହା ସହ ଯେଉଁମାନଙ୍କର ଆକାଉଣ୍ଟ ଏହି ବ୍ୟାଙ୍କ ଗୁଡିକରେ ରହିଛି ତାଙ୍କୁ ମଧ୍ୟ କିଛି ଜରୁରୀ କାମ କରିବାକୁ ପଡିବ।

source: https://www.livehindustan.com

ସରକାର ଗତ ବର୍ଷ ସେପ୍ଟେମ୍ବରରେ ବିଓବି ସହିତ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ବିଲୟ ଘୋଷଣା କରିଥିଲେ। ଏହାର ଉଦେଶ୍ୟ ହେଉଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଓ ଆଇସିଆଇସିଆଇ ବ୍ୟାଙ୍କ ଦ୍ବାରା ତୃତୀୟ ସବୁଠାରୁ ବଡ ବ୍ୟାଙ୍କ ତିଆରି କରିବା। ଏହାଦ୍ବାରା ବଡ ବ୍ୟାଙ୍କିଙ୍ଗ ନେଟଓ୍ବାର୍କ କଷ୍ଟମରଙ୍କୁ ଉପଲବ୍ଧ ହେବ। ପୂର୍ବରୁ ସରକାର ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇରେ ତା’ର ସହଯୋଗୀ ବ୍ୟାଙ୍କ ଓ ମହିଳା ବ୍ୟାଙ୍କର ବିଲୟ କରିଥିଲେ। ମୋଦି ସରକାର ବ୍ୟାଙ୍କର ବୃଦ୍ଧି ପାଉଥିବା ଏନପିଏକୁ ଧ୍ୟାନରେ ରଖି ୨୦୧୬ରେ ସରକାରୀ ବ୍ୟାଙ୍କକୁ ଏକୀକରଣ କରିବାର ଘୋଷଣା କରିଥିଲେ। ଏହାଫଳରେ ସରକାରଙ୍କ ଯୋଜନା ବ୍ୟାଙ୍କର ସଂଖ୍ୟା ହ୍ରାସ କରି ବଡ ବ୍ୟାଙ୍କ ତିଆରି କରିବା।

ଗ୍ରାହକଙ୍କ ଉପରେ ଏଭଳି ପ୍ରଭାବ ପଡିପାରେ…

୧. ଗ୍ରାହକଙ୍କୁ ନୂଆ ଆକାଉଣ୍ଟ ନମ୍ବର ଏବଂ ଗ୍ରାହକ ଆଇଡି ମିଳିବ 
୨. ଯେଉଁ ଗ୍ରାହକଙ୍କୁ ନୂଆ ଆକାଉଣ୍ଟ ନମ୍ବର ବା IFSC କୋଡ ମିଳିବ, ତାଙ୍କୁ ନୂଆ ଭାବେ ସମସ୍ତ ବିବରଣୀ ଆୟକର ବିଭାଗ, ଇନସ୍ୟୁରାନ୍ସ କମ୍ପାନୀ, ମ୍ୟୁଚୁଆଲ ଫଣ୍ଡ, ନ୍ୟାସନାଲ ପେସନ୍ ସ୍କିମ୍(ଏନପିଇସ),  ଆଦି ଅପଡେଟ କରିବାକୁ ପଡିବ।

୩. ଏସଆଇପି ଏବଂ ଋଣ ଇଏମଆଇ ପାଇଁ ଗ୍ରାହକଙ୍କୁ ନୂଆ ବିବରଣୀ ଫର୍ମ ପୂରଣ କରିବାକୁ ପଡିବ।

୪. ନୂଆ ଚେକବୁକ, ଡେବିଟ କାର୍ଡ ଏବଂ କ୍ରେଡିଟ କାର୍ଡ ଜାରି କରାଯାଇପାରେ। 

୫. ଫିକ୍ସ ଡିପୋଜିଟ୍ (ଏଫଡ଼ି) କିମ୍ବା ରେକାରିଙ୍ଗ ଡିପୋଜିଟ୍(ଆରଡି) ପାଇଁ ମିଳୁଥିବାୟ ସୁଧରେ କୌଣସି ପରିବର୍ତ୍ତନ ହେବ ନାହିଁ 
୬. ଯେଉଁ ସୁଧ ହାରରେ ଗାଡି ଋଣ, ଘର ଋଣ, ବ୍ୟକ୍ତିଗତ ଋଣ ଆଦି ନିଆଯାଇଛି ସେଥିରେ ମଧ୍ୟ କୌଣସି ପରିବର୍ତ୍ତନ ହେବନାହିଁ 
୭. କିଛି କିଛି ଶାଖା ବନ୍ଦ ହୋଇଯାଇପାରେ, ସେଥିପାଇଁ ନୂଆ ଶାଖା ଯିବାକୁ ପଡିବାରେ

source: https://money.bhaskar.com

ବିଲୟ ଯୋଜନା ଅନୁସାରେ ବିଜୟା ବ୍ୟାଙ୍କ ସେୟାର ଧାରକଙ୍କୁ ପ୍ରତି ୧୦୦୦ ସେୟାର ବଦଳରେ ବ୍ୟାଙ୍କ ଅଫ ବରୋଦାର ୪୦୨ ସେୟାର ମିଳିବ। ଦେନା ବ୍ୟାଙ୍କର ସେୟାର ଧାରକଙ୍କୁ ପ୍ରତି ୧୦୦୦ ସେୟାର ବଦଳରେ ବ୍ୟାଙ୍କ ଅଫ ବରୋଦାରୁ ୧୧୦ ସେୟାର ମିଳିବ।କୁହାଯାଉଛି ଯେ ୩ଟି ବ୍ୟାଙ୍କର ବିଲୟ ହେବାପରେ କଷ୍ଟମରଙ୍କୁ ପୂର୍ବ ଅପେକ୍ଷା ଭଲ ଫୋନ ବ୍ୟାଙ୍କିଙ୍ଗ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ସୁବିଧା ମିଳିପାରିବ।