ଭୁବନେଶ୍ବର,୧୧/୫ : ବାର୍ ସିକ୍ୟୁରିଟି ଗାର୍ଡ଼ଙ୍କୁ ଗୁଳିମାଡ଼ ଘଟଣାରେ ୧୧ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ବାର୍ ବନ୍ଦ ପରେ ମଧ୍ୟ ଖୋଲିବାକୁ କରିଥିଲେ ବାଧ୍ୟ । ବାର୍ ନ ଖୋଲିବାରୁ କଲେ ଗୁଳିମାଡ଼। ମାଷ୍ଟର ମାଇଣ୍ଡ ଶିବା ପାତ୍ର ସହ ଏକାଧିକ ଫେରାର।
ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଏକ ବାରରେ ସିକ୍ୟୁରିଟି ଗାର୍ଡ଼ଙ୍କୁ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଏହି ଘଟଣାରେ ୧୧ଜଣଙ୍କୁ ଗିରଫ କରିଛି ପୋଲିସ । ହେଲେ ଖସି ଯାଇଛି ଗୁଳିକାଣ୍ଡର ମାଷ୍ଟର ମାଇଣ୍ଡ ଶିବ ପାତ୍ର। ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ କହିଛନ୍ତି, ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଡମଣାରେ ଥିବା ବାର୍ ଭିତରେ ପଶିଥିଲେ ଶିବ ଓ ତାର ଗ୍ୟାଙ୍ଗ। ରାତି ୨ଟାରେ ବାର ବନ୍ଦ କରିବାକୁ ସିକ୍ୟୁରିଟି ଗାର୍ଡ଼ଙ୍କୁ କହିବାରୁ ବଚସା ହୋଇଥିଲା। ଯାହାକୁ ନେଇ ବାର ତଳେ ସିକ୍ୟୁରିଟି ଗାର୍ଡ଼କୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ।
ଫଳରେ ସିକ୍ୟୁରିଟି ଗାର୍ଡର ଗୋଡ଼ରେ ଗୁଳି ବାଜିଥିଲା। ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେପଟେ ଗତକାଲି ବାର ଉପରେ ଅବକାରୀ ବିଭାଗ ଚଢ଼ଉ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିବା ଅଭିଯୋଗରେ ବାର ସିଲ କରିଥିଲା।