କଟକ,୦୯/୦୨: ବାଲିଯାତ୍ରା ଉପର ପଡ଼ିଆରେ ଚାଲୁଥିବା ଶିଶିର ମେଳାର । ଏଠାକୁ ୨୫ଟି ରାଜ୍ୟରୁ ବ୍ୟବସାୟୀ ମାନେ ନିଜର ସାମଗ୍ରୀ ନେଇ ଆସିଛନ୍ତି । ଏହାରି ଭିତରେ ମେଳାରେ ପ୍ରଥମ ଥର ପଡ଼ିଥିବା ଜଳପରୀ ସୋ’ ଲୋକମାନଙ୍କୁ ଆକର୍ଷିତ କରିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଜଳପରୀ ଦେଖିବାକୁ ଭିଡ଼ ଜମାଉଛନ୍ତି । ତେବେ ପ୍ରଥମ କରି ବାଲିଯାତ୍ରାରେ ଜଳପରୀ ଦର୍ଶକଙ୍କ ଆକର୍ଷଣ ସାଜିବା ସହ ଭଲ ବ୍ୟବସାୟ କରିଥିଲା । ଏବେ ପୁଣି ସହରବାସୀଙ୍କ ମନ କିଣିଛି ଜଳପରୀ । ଦିନ ବେଳା କାମ ବ୍ୟସ୍ତତା ଭିତରେ ରହିଥିବା ସହରବାସୀମାନେ ସନ୍ଧ୍ୟା ହେବା କ୍ଷଣି ସାଙ୍ଗସାଥୀ ଓ ପରିବାର ବର୍ଗଙ୍କ ସହିତ ମେଳାକୁ ବୁଲିବାକୁ ଆସୁଛନ୍ତି ।
ଦୋଳି ଖେଳା ସାଙ୍ଗକୁ ଖାଦ୍ୟପେୟ ଓ ମେଳା ବୁଲା ଓ କିଣାକିଣି କରି ଘରକୁ ଫେରୁଛନ୍ତି । ଏଥିସହିତ ପ୍ରତିଦିନ ସାଂସ୍କୃତିକ ମଞ୍ଚରେ ପରିବେଷଣ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସହରବାସୀଙ୍କୁ ବିମୋହିତ କରୁଛି । ରବିବାର ସନ୍ଧ୍ୟାରେ କଣ୍ଠଶିଳ୍ପୀ ଶାଶ୍ୱତ ମହାରଣା ଓ ତ୍ରିଲୋଚନ ମହାପାତ୍ର ସଙ୍ଗୀତ ପରିବେଷଣ କରିଥିଲେ । ସେହିପରି ଦେବ୍ ଡ୍ୟାନ୍ସ ଗ୍ରୁପ, ମିଓ ଡ୍ୟାନ୍ସ ଷ୍ଟୁଡିଓ, ଇଷ୍ଟକୋଷ୍ଟ ଆଦି ଗ୍ରୁପ୍ର କଳାକାର ମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ । ଅପରାହ୍ଣ ୪ଟା ବେଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଆହୁରି ପଢ଼ନ୍ତୁ :- ଜିଦି କରୁଥିଲା ପ୍ରେମିକ, ଖୁସି କରିବାକୁ ଏମିତି କରୁଥିଲା ପ୍ରେମିକା... ଝିଅର କାରନାମା ଦେଖି ମା'ର ଘୂରାଇଦେଲା ମୁଣ୍ଡ