ବେଙ୍ଗାଲୁରୁ, ୦୯/୦୨ : ଜିଦି କରୁଥିଲା ପ୍ରେମିକ। ବୟଫ୍ରେଣ୍ଡକୁ ଖୁସି କରିବାକୁ ପ୍ରେମିକା କରୁଥିଲେ ଏମିତି। ଜାଣିବା ପରେ ପୁରା ପରିବାରର ଉଡ଼ିଗଲା ହୋସ୍। କାନ୍ଦି କାନ୍ଦି ସିଧା ଥାନାରେ ପହଞ୍ଚିଲେ ଯୁବତୀଙ୍କ ମା'। ନିଜ ଝିଅ ଓ ତାର ପ୍ରେମିକ ନାଁରେ କଲେ ଅଭିଯୋଗ। କର୍ଣ୍ଣାଟକର ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ଯାହା ଶୁଣିଲେ ଆପଣ ବି ବିଚଳିତ ହୋଇଯିବେ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବିବିଏ ପଢୁଥିବା ଝିଅ ବର୍ଷେ ତଳେ ଫୋନ କିଣିବା ପାଇଁ ଜିଦି କରିଥିଲେ। ଘର ଲୋକେ ତାଙ୍କୁ ଏକ ଫୋନ୍ କିଣି ଦେଇଥିଲେ। ହେଲେ କିଛି ଦିନ ପରେ ତାଙ୍କ ଝିଅ ମୋବାଇଲ୍ ରେ ଘଣ୍ଟା ଘଣ୍ଟା ଗପିବାକୁ ଲାଗିଲେ। ପରିବାର ଲୋକେ ଏହାକୁ ବାରଣ କରୁଥିଲେ। ଦିନେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଭିଡିଓ କଲ୍ ରେ କଥା ହେଉଥିବା ବେଳେ ତାଙ୍କ ମା' ଦେଖି ଦେଇଥିଲେ। ଏହାପରେ ଝିଅକୁ ହତାଦର କରିଥିଲେ ଓ ମୋବାଇଲ୍ ର ପାସୱାର୍ଡ ମାଗିଥିଲେ। ହେଲେ ଯୁବତୀ ଜଣଙ୍କ ପାସୱାର୍ଡ ଦେବାକୁ ମନା କରି ଦେଇଥିଲେ।
ଆହୁରି ପଢନ୍ତୁ- ଷଷ୍ଠ ଶ୍ରେଣୀ ଝିଅର ମସ୍ତିଷ୍କକୁ ଖାଇଗଲେ ଉକୁଣୀ; ପରିବାର ଦାୟିତ୍ବହୀନତା ପାଇଁ ଚାଲିଗଲା ଜୀବନ !
ପରବର୍ତ୍ତୀ ସମୟରେ ଯୁବତୀଙ୍କ ମା କୌଣସି ମତେ ପାସୱାର୍ଡ ହାସଲ କରି ଝିଅର ମୋବାଇଲ୍ ଖୋଲି ଦେଖଥିଲେ। ମୋବାଇଲ୍ ରେ ସେ ଯାହା ଦେଖିଥିଲେ ନିଜ ଆଖିକୁ ବିଶ୍ଵାସ କରି ପାରିନଥିଲେ। ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। କାରଣ ମୋବାଇଲ୍ ରେ ତାଙ୍କର ଓ ତାଙ୍କ ଭଉଣୀର ପୁଳା ପୁଳା ନ୍ୟୁଡ୍ ଫଟୋ ଥିଲା। ଯାହାକି ସେ ଶୋଇବା ବେଳେ ତାଙ୍କ ଝିଅ ଉଠାଇଥିଲା। ଏପରିକି ଯୁବତୀ ଜଣଙ୍କ ତାଙ୍କ ମାଉସୀ ଗାଧୋଇବା ବେଳର ଅଶ୍ଳୀଳ ଭିଡିଓ କରି ବୟଫ୍ରେଣ୍ଡକୁ ପଠାଇଥିଲା। ତେବେ ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇଛି। ଯୁବତୀଙ୍କ ବୟଫ୍ରେଣ୍ଡକୁ ଖୋଜାଖୋଜି ଚଳାଇଛି।
ଏହି ଖବରଟିକୁ ପଢନ୍ତୁ- ନିର୍ମାଣଧୀନ ଏକ୍ସପ୍ରେସୱେରେ ୮ ଯୁବତୀଙ୍କ ଉପରେ ଚଢ଼ିଗଲା କାର୍; ୪ ମୃତ, ଚାଳକ ଫେରାର