ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଆସନ୍ତା ୯ତାରିଖରେ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା T20 ମ୍ୟାଚରେ ଖେଳିବେ ପାଣ୍ଡ୍ୟା। ପାଣ୍ଡ୍ୟାଙ୍କ ଗସ୍ତକୁ ନେଇ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି।

ଓସିଏ ପକ୍ଷରୁ ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। ସ୍ୱତନ୍ତ୍ର ଗାଡ଼ି ଯୋଗେ ହାର୍ଦ୍ଦିକଙ୍କୁ ବିମାନ ବନ୍ଦରରୁ ହୋଟେଲକୁ କଡ଼ା ସୁରକ୍ଷା ବଳୟ ଭିତରେ ନିଆଯାଇଛି। ହୋଟେଲରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରଯାଇଛି। ହାର୍ଦ୍ଦିକ ପାଣ୍ଡିଆ ମେ’ ଫେୟାର ହୋଟେଲରେ ରାତ୍ରି ରହଣି କରିବେ।

ଭାରତୀୟ ଖେଳାଳି ପାଣ୍ଡ୍ୟାଙ୍କ ଝଲକ ପାଇବା ପାଇଁ ବିମାନବନ୍ଦରରେ ଫ୍ୟାନମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଗାମୀ ମ୍ୟାଚକୁ ନେଇ ସମସ୍ତଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି।